Latest Odisha News

ୱକଫ୍ ବିଲ୍‌କୁ ନେଇ ଜେପିସି ବୈଠକ: ବିଜେପି-ଟିଏମ୍‌ସି ମୁହାଁମୁହିଁ, ଟିଏମସି ସାଂସଦ ଆହତ

କୋଲକାତା: ୱକଫ ସଂଶୋଧନ ବିଲ୍ ଉପରେ ଜେପିସି ବୈଠକରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପିର ଅଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ବୈଠକରେ ଉଭୟ ନେତା ମୁହାଁମୁହିଁ ହୋଇଥିଲେ। ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଗିଯାଇ ଭାଙ୍ଗିଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

ସୂଚନାନୁସାରେ, ବୈଠକରେ ଅନେକ ଅବସରପ୍ରାପ୍ତ ବିଚାରପତି, ଲିଗାଲ ଏକ୍ସପର୍ଟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସେମାନେ ନିଜ ନିଜ କଥା ରଖୁଥିଲେ। ଏହି ସମୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମଝିରୁ ଠିଆ ହୋଇ ମୋତେ କିଛି ପଚାରିବାର ଅଛି ବୋଲି କହିଥିଲେ। ଏହାକୁ ନେଇ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ମଧ୍ୟ ଆପତ୍ତି ଉଠାଇଥିଲେ। କଲ୍ୟାଣ ବାନାର୍ଜୀ ଓ ଅଭିଜିତଙ୍କ ମଧ୍ୟରେ ଜୋରଦାର ଝଗଡା ଆରମ୍ଭ ହେଲା।

ଏହାରି ଭିତରେ ଟିଏମ୍‌ସି ସାଂସଦ ରାଗି ଯାଇ ପାଖରେ ଥିବା କାଚ ପାଣି ବୋତଲକୁ ଉଠାଇ ତଳେ କଚାଡି ଦେଇଥିଲେ। ଏଥିସହ ଚେୟାରମେନ୍‌ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ସେ ଖୋଦ୍‌ ଆହାତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କ ହାତରେ ୪ଟି ଷ୍ଟିଚ୍‌ ପଡିଛି। ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା। ବିରୋଧୀ ସାଂସଦ ବିଜେପି ସାଂସଦଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଜେପି ସାଂସଦ ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନେଇ ଟିଏମ୍‌ସି ଅଭିଯୋଗ କରିଛି।

ଏହାପୂର୍ବରୁ ସୋମବାର ମଧ୍ୟ ଏହି ସଭାରେ ହଙ୍ଗାମା ହୋଇଥିଲା। ସଂଖ୍ୟାଲଘୁ ମନ୍ତ୍ରଣାଳୟର ଉପସ୍ଥାପନା ସମୟରେ ଶାସକ ବିଜେପି ଏବଂ ଏନଡିଏ ସାଂସଦ ଏବଂ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ କେବଳ ରାଜନୈତିକ କାରଣରୁ ଏବଂ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। ଏହି ସମୟରେ ବିଜେପିର ସାଂସଦ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା।

Leave A Reply

Your email address will not be published.