ନୂଆଦିଲ୍ଲୀ: ମ୍ୟାକଡୋନାଲ୍ଡ ବର୍ଗର ଖାଇ ଚାଲିଗଲା ଜଣଙ୍କ ଜୀବନ। ୧୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା। ଆମେରିକାରେ ପ୍ରସିଦ୍ଧ ଫୁଡ୍ ଚେନ୍ ମ୍ୟାକଡୋନାଲ୍ଡ ବର୍ଗର ଖାଇବା ପରେ ଅସୁସ୍ଥ ହେବା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଗର ଖାଇବା ପରେ ଆମେରିକାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାପରେ କମ୍ପାନୀ ବର୍ଗର ବିକ୍ରି ଉପରେ କିଛି ସମୟ ପାଇଁ ବ୍ୟାନ୍ ଲଗାଇଛି।
ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ଏହି ମାମଲା ମ୍ୟାକଡୋନାଲ୍ଡର ବର୍ଗର କ୍ୱାର୍ଟର ପାଉଣ୍ଡର ହାମବର୍ଗ ସହିତ ଜଡିତ। ଗୁରୁତର ବ୍ୟକ୍ତିଙ୍କ ଠାରେ ଇ.କୋଲି ନାମକ ଭାଇରସ ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଗୋଟିଏ ଶିଶୁର ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ସଂକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ବର୍ଗରରେ ବ୍ୟବହୃତ କଟା ପିଆଜ ଏବଂ ଗୋ-ମାଂସ ପ୍ୟାଟି ଉପରେ ଅନୁସନ୍ଧାନ ଚାଲିଛି। ତଦନ୍ତ ଶେଷ ହେବା ଯାଏ ମ୍ୟାକଡୋନାଲ୍ଡର ରେଷ୍ଟୁରାଣ୍ଟରୁ ଏହି ଦୁଇଟି ଜିନିଷର ବ୍ୟବହାର ଉପରେ ବ୍ୟାନ୍ କରାଯାଇଛି।
ସୂଚନା ଥାଉକି, ଇ. କୋଲିରେ ସଂକ୍ରମିତରେ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରବଳ ଜ୍ୱର, ଝାଡ଼ା, ବାନ୍ତି ଭଳି ସମସ୍ୟା ଦେଖିବାକୁ ମିଳେ। ଏହାର ଲକ୍ଷଣ ସାଧାରଣତଃ ତିନିରୁ ଚାରି ଦିନ ରୁହେ। ଅଧିକାଂଶ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ନିଜେ ସୁସ୍ଥ ହୋଇ ଯାଇଥାନ୍ତି, କିନ୍ତୁ କେତେକ ମାମଲା ଗୁରୁତର ହୋଇପାରେ ଏବଂ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ।
Comments are closed.