Latest Odisha News

BREAKING NEWS

୨୦୫୦ ମସିହାରେ ପହଁଚିଲା ଚୀନ: ହାତ ଦେଖାଇଲେ ହେଉଛି ପେମେଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଚୀନ ନୂତନ ଟେକ୍ନୋଲୋଜି ଆଣି ସମଗ୍ର ବିଶ୍ବକୁ ଚକିତ କରିଥାଏ। ଚୀନର ଟେକ୍ନୋଲୋଜି ଆଗରେ ସବୁକିଛି ଫେଲ୍। ବିଶେଷକରି ପେମେଣ୍ଟ ସିଷ୍ଟମ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚୀନ୍ ବୈଷୟିକ ପ୍ରଗତିରେ ଆଗେଇ ଚାଲିଛି। ନିକଟରେ ଚୀନର ଆଉ ଏକ ନୂତନ ଟେକ୍ନୋଲୋଜି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ପେମେଣ୍ଟକୁ ନେଇ ଆଡଭାନ୍ସ ଟେକ୍ନୋଲୋଜି ଦେଖିବାକୁ ମିଳୁଛି। ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର ରାଣା ହମଜା ସୈଫ ଇନଷ୍ଟାଗ୍ରାମରେ ଏହା ସେୟାର କରିଛନ୍ତି।

ଏହି ଭିଡିଓରେ ଏଭଳି ପେମେଣ୍ଟ ଟେକ୍ନିକ ଦେଖି ଲାଗୁଛି ଯେଭଳି ଚୀନ ଭବିଷ୍ୟତ ଆଡକୁ ଆଗେଇ ଯାଉଛି। ଲାଗୁଛି ଚୀନ ୨୦୫୦ ମସିହାରେ ପହଁଚିଯାଇଛି। ଏହି ଭିଡିଓକୁ ଜୁଝୋଉ ସହରର ଏକ ଲୋକାଲ ଦୋକାନରେ ସୁଟ୍ କରାଯାଇଛି । ଯେଉଁଠାରେ ସୈଫ ଏବଂ ତାଙ୍କ ସାଙ୍ଗ କିଛି ଜିନିଷ କିଣିବାକୁ ଯାଇଛନ୍ତି । ଭିଡିଓରେ ଜଣେ ସାଙ୍ଗ ‘ପାମ୍ ପେମେଣ୍ଟ ସିଷ୍ଟମ’ ଜରିଆରେ ପେମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି।

ଅର୍ଥାତ୍ ଚୀନ୍‌ର ଅତ୍ୟାଧୁନିକ ଉଦ୍ଭାବନକୁ ଅଧିକ ଗୁରୁତ୍ୱ ଦେଇ ଏହି ଭିଡିଓ କରାଯାଇଛି। ଏଥିରେ ଜଣେ ଗ୍ରାହକ କିଛି ଜିନିଷ କିଣି ନିଜ ହାତ ପାପୁଲିକୁ ସ୍କାନ କରାଉଛନ୍ତି। ଯଦି କାହାର ହାତ ରେଜିଷ୍ଟ୍ରର ହୋଇଥାଏ, ତେବେ ଚୀନରେ ହାତ ଦେଖାଇ ପେମେଣ୍ଟ କରିପାରିବେ। ଟ୍ରାଞ୍ଜାକ୍ସନ ସଫଳ ହେବା ପରେ କିଛି ଲୋକ ତାଳି ବଜାଇ ପ୍ରଶଂସା କରିଥିଲେ। ଆଉ ଲେଖିଥିଲେ, ଚୀନ ଏବେ ୨୦୫୦ ମସିହାରେ ଚାଲିଛି। ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ୯ ମିଲିଅନ ଲୋକ ଦେଖିସାରିଲେଣି।

ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି। ୟୁଜର୍ସ ଲେଖିଛନ୍ତି, ବିଶ୍ବାସ ହେଉନି କି ଟେକ୍ନୋଲୋଜି ଏତେ ଆଗେଇ ଗଲାଣି। ଆଉ ଜଣେ କହିଛନ୍ତି କି, ଚୀନ ସବୁବେଳେ ଟେକ୍ନିକରେ ଗୋଟେ ପାଦ ଆଗୁଆ ରହିଥାଏ। ଏହି ଟେକ୍ନିକ ଆଗରେ ସମଗ୍ର ଦୁନିଆ ଫେଲ୍। କେବଳ ସୈଫ ନୁହେଁ, ଏହା ପୂର୍ବରୁ ଆରପିଜି ଗ୍ରୁପରେ ଚେୟାରମ୍ୟାନ ହର୍ଷ ଗୋୟଙ୍କା ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ମହିଳା ବେଜିଂ ମେଟ୍ରୋରେ ହାତ ଦେଖାଇ ପେମେଣ୍ଟ କରିବାର ଅନୁଭବ ବିଷୟରେ ବଖାଣିଛନ୍ତି।

Comments are closed.