ଭୁବନେଶ୍ୱର: ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ବାତ୍ୟା ‘ଦାନା’ ନେଇ ଅପଡେଟ୍ ଦେବେ ରାଜ୍ଯ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡିକ ନିୟମିତ ବ୍ୟବଧାନରେ ବାତ୍ୟା ଏବଂ ବର୍ଷା ସହିତ ଜଡିତ ସମସ୍ତ ସୂଚନା ପ୍ରତି ୩ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ।
ତେବେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଅକ୍ଟୋବର ରାତିରୁ ୨୫ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଏବଂ ବାତ୍ୟା ଜନିତ ସମସ୍ତ ଅପଡେଟ୍ ଜନତାଙ୍କୁ ପ୍ରଦାନ କରାଯିବ।