Latest Odisha News

BREAKING NEWS

ବାବା ସିଦ୍ଦିକି ହତ୍ୟା ମାମଲାରେ ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ତିନି ଜଣଙ୍କୁ ଗିରଫ କରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରୂପେଶ ରାଜେନ୍ଦ୍ର ମୋହୋଲ (୨୨), କରଣ ରାହୁଲ ସାଲଭେ (୧୯) ଏବଂ ଶିବମ ଅରବିନ୍ଦ କୋହାଡ (୨୦)ଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏମାନେ ପୁଣେର ବାସିନ୍ଦା। ସେମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଅକ୍ଟୋବର ୧୨ ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବାବା ସିଦ୍ଦିକିଙ୍କଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅନୁସନ୍ଧାନକାରୀମାନେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଏହି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି କୁହାଯାଉଛି। ବ୍ୟୟବସାୟିକ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ମୁମ୍ବାଇରେ ଥିବା ବସ୍ତି ପୁନଃ ଥଇଥାନ ପ୍ରକଳ୍ପକୁ ନେଇ ସେ ଦେଇଥିବା ଧମକ ସମେତ ବିଭିନ୍ନ ଦିଗରୁ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍‌ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍‌ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି।

Leave A Reply

Your email address will not be published.