Latest Odisha News

BREAKING NEWS

ଗ୍ଲୋବାଲ ୱାର୍ମିଂର ହେବ ସମାଧାନ, ସହାୟକ ହୋଇପାରେ ହୀରା ଗୁଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି୲ ତେବେ ଏହା ଏକ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହି ସମସ୍ୟାର ମୁକାବିଲା ନେଇ ବୈଜ୍ଞାନିକମାନେ ନୂଆ ତଥ୍ଯ ଦେଇଛନ୍ତି।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ପ୍ରତିବର୍ଷ ପୃଥିବୀ ବାୟୁମଣ୍ଡଳର ଉପର ସ୍ତରରେ ଲକ୍ଷ ଲକ୍ଷ ଟନ୍ ହୀରା ଗୁଣ୍ଡ ଛିଞ୍ଚାଯାଏ, ତେବେ ପୃଥିବୀର ତାପମାତ୍ରା ନିୟନ୍ତ୍ରଣ ହୋଇ ପାରିବ୲

ବୈଜ୍ଞାନିକମାନଙ୍କ ମତରେ ହୀରା ଗୁଣ୍ଡ କିମ୍ବା ଅନ୍ୟ କିଛି ଉପାଦାନ ସ୍ପ୍ରେ କରି ସୂର୍ଯ୍ୟଙ୍କଠାରୁ ଆସୁଥିବା ବିକିରଣକୁ ମହାକାଶକୁ ପଠାଯାଇପାରିବ ଯାହା ପୃଥିବୀର ତାପମାତ୍ରାକୁ ହ୍ରାସ କରିପାରେ। ଏହି ପ୍ରଣାଳୀକୁ ସୋଲାର ରେଡିଏସନ୍ ମ୍ୟାନେଜମେଣ୍ଟ (ଏସଆରଏମ୍) କୁହାଯାଏ। ଯାହା ଦ୍ବାରା ସୂର୍ଯ୍ୟ କିରଣକୁ ପୃଥିବୀ ନିକଟରେ ପହଞ୍ଚିପାରିବ ନାହିଁ। ଏହାକୁ ଜିଓ-ଇଞ୍ଜିନିୟରିଂ ମଧ୍ଯ କୁହାଯାଏ, ଯେଉଁଥିରେ ବାୟୁମଣ୍ଡଳୀୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯାଇଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ସାତୋଟି ଉପାଦାନ ମଧ୍ଯରୁ ହୀରା ଗୁଣ୍ଡ ସବୁଠାରୁ ଅଧିକ ପ୍ରଭାବଶାଳୀ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟରରେ ଏହା କୁହାଯାଇଛି ଯେ ହୀରା ଗୁଣ୍ଡ ବ୍ୟବହାର କରି ୧.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇପାରିବ। ତେବେ ଏଥିପାଇଁ  ପ୍ରତିବର୍ଷ ପ୍ରାୟ ପାଞ୍ଚ ନିୟୁତ ଟନ୍ ହୀରା ଗୁଣ୍ଡ ବାୟୁମଣ୍ଡଳରେ ଛିଞ୍ଚିବାକୁ ପଡିବ।

Comments are closed.