Latest Odisha News

BREAKING NEWS

ବାତ୍ୟା ସମୟରେ ନେଟୱର୍କ ସିଷ୍ଟମ ଉପରେ ବଡ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଲାଣି । ତେବେ ଗୁରୁବାର ରାତି ୩ଟାରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ଏହି ସମୟରେବିଦ୍ୟୁତ୍ ସହ ନେଟୱର୍କ ର ସମସ୍ୟା ଉପୁଯିଥାଏ । ଯାହାକୁ ଦୃଷ୍ଟିରେ ରଖି ଟେଲିକମ୍‌ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବାତ୍ୟା ସମୟରେ ଇନଟ୍ରା ସର୍କଲ ରୋମିଂ ଇନ୍‌ ଓଡ଼ିଶା ନେଟୱର୍କ ସିଷ୍ଟମ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହା ଦ୍ୱାରା କୌଣସି ନେଟୱର୍କ ଡ୍ରପ ହେଲେ ଅନ୍ୟ ନେଟୱର୍କରେ କନେକ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏପରିକି ଟାୱାର ଖରାପ ହେଲେ ଟେକ୍ନିକାଲ ଟିମ୍‌ ପ୍ରସ୍ତୁତ ହୋଇ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.