Latest Odisha News

BREAKING NEWS

ସେନା ଗାଡି ଉପରେ ବଡ଼ଧରଣର ଆତଙ୍କୀ ଆକ୍ରମଣ: ୨ ଯବାନ ସହିଦ, ୨ ଶ୍ରମିକ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବରମୁଲ୍ଲା ଅନ୍ତର୍ଗତ ଗୁଲମର୍ଗରେ ବଡ଼ଧରଣର ଆତଙ୍କୀ ହମଲା ହୋଇଛି। ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସେନାରେ କାର୍ଯ୍ୟ କରୁଥିବା ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସେନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ LOC ନିକଟ ବୋଟାପଥର ଗୁଲମର୍ଗର ନାଗିନ୍ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା । ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି । ଯାହା ସୂଚନା ରହିଛି ଏହା ଆତଙ୍କବାଦୀ ମାନେ ଅନୁପ୍ରବେଶ ସମୟରେ ଆକ୍ରମଣ କରିଛନ୍ତି। ୧୮ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗରୁବାର ସନ୍ଧ୍ୟାରେ ବୁତାପଥରିପଥରରୁ ଯାଉଥିଲେ। ସେମାନେ ନାଗିନ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା।

ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରି ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଯବାନ ଘଟଣା ସ୍ଥଳକୁ ଯାଇଛନ୍ତି। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ଥିବାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେହିପରି ଗୁଳି ବିନିମୟ ଚାଲିଥିବା ମଧ୍ୟ ଖବର ମିଳିଛି। ଆକ୍ରମଣ ପଛରେ ପାକିସ୍ତାନର ବର୍ଡର ଆକ୍ସନ ଟିମ(ବିଏଟି)ର ହାତ ଥିବା କୁହାଯାଉଛି।

ଅନ୍ୟପଟେ ଏହି ଆକ୍ରମଣକୁ ନେଇ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଉତ୍ତର କାଶ୍ମୀର ଅଂଚଳରେ ସେନା ଗାଡି ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ,ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଛନ୍ତି। କାଶ୍ମୀରରେ ସମ୍ପ୍ରତି ହୋଇଥିବା ଏହି ଆକ୍ରମଣ କ୍ରମଶଃ ଏକ ଚିନ୍ତାର ବିଷୟ ହୋଇଛି। ମୁଁ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ମୋର ସମବେଦନା ଜଣାଉଛି।

Leave A Reply

Your email address will not be published.