Latest Odisha News

BREAKING NEWS

ଆରମ୍ଭ ହେଲା ଟ୍ରେନ୍ ଚଳାଚଳ, କିନ୍ତୁ ହୋଇନି ସ୍ବାଭାବିକ

ଭୁବନେଶ୍ଵର: ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ହୋଇନି ସ୍ବାଭାବିକ । ବାତ୍ୟା ‘ଦାନା’ ପାଇଁ ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଲୱେ । ବିଶାଖାପାଟଣା ପଟୁ ଡାଉନ୍ ଟ୍ରେନ ଭୁବନେଶ୍ବର, ହାଓ୍ୱଡ଼ା ଚାଲିଲାଣି । ଖଡଗପୁର ପଟୁ ବିଶାଖାପାଟଣା ଅପ୍ ଟ୍ରେନ୍ ୨ଟାରେ ଭଦ୍ରକ ପହଞ୍ଚିବ । ସେହିପରି ହାଓ୍ୱଡା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ୍ ୧୨ଟା ୪୫ରେ ଛାଡ଼ିବ । ଦିନ ୧୨ଟା ପରେ ଭୁବନେଶ୍ବର ଓ ପୁରୀରୁ ଟ୍ରେନ ଗଡ଼ିବା ନେଇ ସୂଚନା ଦେଇଛି ରେଲୱେ ।

ସେପଟେ ବାତ୍ୟା ଯୋଗୁଁ କୌଣସି ଯାତ୍ରୀଙ୍କ ଯେମିତି ଧନ ଓ ଜୀବନ କ୍ଷତି ନ ହେଉ ତାହାକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେଥିପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଛି ବୋଲି କହିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ । ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌, ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ୱାରରୁମ୍‌ ଖୋଲାଯାଇଛି । ତେବେ ଆଜି ୫୪ ଟ୍ରେନ୍‌ ବାତିଲ ରହିବ । ସେହିପରି ଶନିବାର ୧୦ଟି ଟ୍ରେନ୍‌ ଓ ୨୭ ତାରିଖରେ ୩ ଓ  ୨୯ରେ ୩ଟି ଟ୍ରେନ୍‌ ବାତିଲ ରହିବ ବୋଲି ପୂର୍ବତଟ  ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.