Latest Odisha News

ଆସନ୍ତାକାଲି ଏହି ୪ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର: ବାତ୍ୟା ଯାଇଛି ସତ ହେଲେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତାକାଲି (ଶନିବାର) ମଧ୍ୟ ଭଦ୍ରକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ତେଣୁ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ମୋହନ ସରକାର । ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । ସେହିପରି ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ସମସ୍ତ କେଲଜ ମଧ୍ୟ ବନ୍ଦ ରହିବାକୁ ନିଷ୍ପତ୍ତି । ଏହା ସହ କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ କାଲି ସମସ୍ତ ସ୍କୁଲ୍‌ ବନ୍ଦ ରହିବ ।

ଆସନ୍ତାକାଲି ପ୍ରବଳ ବର୍ଷା ସାଙ୍ଗକୁ ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ଏହାକୁ ନଜରରେ ରଖି ଏହି ୪ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ମୋହନ ସରକାର ।

Leave A Reply

Your email address will not be published.