Latest Odisha News

ନ୍ୟୁଜିଲାଣ୍ଡ ୨୫୫ ରନରେ ଅଲଆଉଟ, ଭାରତ ସମ୍ମୁଖରେ ୩୫୯ ରନର ଟାର୍ଗେଟ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ସମ୍ମୁଖରେ ୩୫୯ ରନର ଟାର୍ଗେଟ ରଖିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୫ ରନ କରି ଅଲଆଉଟ ହୋଇ ଯାଇଥିଲଶ । ପୂର୍ବରୁ ଭ୍ରମଣକାରୀ ଟିମ ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତ ଯଦି ଉପରୋକ୍ତ ଟାର୍ଗେଟ ହାସଲ କରି ନ ପାରେ ତେବେ ୧୨ ବର୍ଷ ପରେ ପ୍ରଥମ ସିରିଜ ପରାଜୟବରଣ କରିବ । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ଲାଥାମ ସର୍ବାଧିକ ୮୬ ରନ କରିଥିଲେ । ଟମ ବ୍ଲଣ୍ଡେଲ ୪୧ ଓ ଗ୍ଲେନ ଫିଲିପ୍ସ ୪୮ ରନ କରିଥିଲେ ।

ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୪ଟି ,ରବୀନ୍ଦ୍ର ଜାଡେଜା ୩ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ୱିକେଟ ନେଇଥିଲେ । ସୂଚନାଯୋଗ୍ୟ ଦ୍ୱିତୀୟ ଇନିଂସରେ ୩୦୦ରୁ ଊର୍ଦ୍ଧ୍ୱ ରନ ଚେଜ କରିବା ଭାରତ ପିଚରେ ଏତେଟା ସହଜ ନୁହେଁ । ୨୦୦୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩୮୭ ରନର ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା । ଏହି ମ୍ୟାଚ ଚେନ୍ନାଇରେ ଖେଳା ଯାଇଥିଲା । ଓଭରାଲ ଟେଷ୍ଟ କ୍ରିକେଟରେ ୩୬ ଥର ୩୦୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ ହୋଇଛି । ଭାରତ ୩ଥର ଏହି ସଫଳତା ହାସଲ କରିଛି ।

Leave A Reply

Your email address will not be published.