Latest Odisha News

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଦଳରେ ୧୮ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । କୁଲଦୀପ ଯାଦବଙ୍କ ବିଶ୍ରାମ ଦିଆଯାଇଥିବା ବେଳେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଘୋଷଣା କରାଯାଇଛି । କର୍ଣ୍ଣାଟକର ସିମର ବିଜୟକୁମାର ବୈଶ୍ୟ ଓ ପଞ୍ଜାବର ରମଣଦୀପ ସିଂଙ୍କୁ ଘୋଷିତ ଦଳରେ ସ୍ଥାନ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୪ଟି ମ୍ୟାଚ ଖେଳିବ । ଏହା ନଭେମ୍ବର ୮ରୁ ଆରମ୍ଭ ହେବ । ସେହିପରି ନଭେମ୍ବର ୨୨ରୁ ପcର୍ଥରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହେବ ।

ଭାରତୀୟ ଦଳ(ବର୍ଡର-ଗାଭାସ୍କର ଟ୍ରଫି): ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରାହ (ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଈଶ୍ୱରନ, ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲ, ରିଷଭ ପନ୍ତ, ସର୍ଫରାଜ ଖାଁ, ଧ୍ରୂବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର । ରିଜର୍ଭ- ମୁକେଶ କୁମାର, ନବଦୀପ ସୈନୀ ଓ ଖଲୀଲ ଅହମ୍ମଦ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ତିଳକ ବର୍ମା, ଜୀତେଶ ଶର୍ମ. ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତି, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ବିଜୟ କୁମାର ବୈଶ୍ୟକ, ଆଭେଶ ଖାଁ, ୟଶ ଦୟାଲ ।

Leave A Reply

Your email address will not be published.