Latest Odisha News

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ସ୍ଵାଭାବିକ ହେଲା ନନ୍ଦନକାନନ ବୁଲା। ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ। ବାତ୍ୟା ଦାନା ପାଇଁ ଗତ ୨୪, ୨୫ ଦୁଇଦିନ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା। ଉଭୟ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ପୁଣି ନନ୍ଦନକାନନ ପର୍ଯ୍ୟଟନ ସ୍ଵାଭାବିକ କରାଯାଇଛି। ପୂର୍ବ ପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଅନଲାଇନ ଏବଂ ଅଫଲାଇନ ଜରିଆରେ ଟିକେଟ ସଂଗ୍ରହ କରି ବୁଲି ପାରିବେ।

ତେବେ କହିରଖୁଛୁ, ଶୁକ୍ରବାର ଅର୍ଥାତ୍ ଗତକାଲି ୭୫୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିବା ବେଳେ ନନ୍ଦନକାନନ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ।

 

 

Leave A Reply

Your email address will not be published.