Latest Odisha News

ମହାରାଷ୍ଟ୍ର ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ଘୋଷଣା… 

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବାକୁ ଥିବା ବେଳେ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହା, ରାଜନାଥ ସିଂ, ନିତିନ ଗଡକରୀ, ଅଶ୍ୱିନୀ ବୈଷ୍ଣବ ଏବଂ ଶିବରାଜ ସିଂ ଚୌହାନଙ୍କ ନାମ ରହିଛି।

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ଯ ଏଥିରେ ସାମିଲ ହେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୪୦ ବଡ ବଡନେତା ଆଗାମୀ ଦିନରେ ଏହି ପ୍ରଚାରରେ ଯୋଗଦେବେ।

ଏହି ପ୍ରଚାର ତାଲିକାରେ ଅନେକ ଜଣାଶୁଣା ଚେହେରା ମଧ୍ଯ ଅନ୍ତର୍ଭୁକ୍ତ। ଏଥିରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ର ମନ୍ତ୍ରୀ ମୁରଲିଧର ମୋହଲ, ପଙ୍କଜା ମୁଣ୍ଡେ ଏବଂ ଆଶିଷ ଶେଲାର । ସମସ୍ତେ ବିଧାନସଭା ନିର୍ବାଚନ ଏବଂ ନାନ୍ଦେଡ ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ।

ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ୍ ଗଣତି ନଭେମ୍ବର ୨୩ରେ ହେବ। ବିଜେପି ଏପର୍ଯ୍ୟନ୍ତ ୯୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅପରପକ୍ଷେ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.