Latest Odisha News

BREAKING NEWS

ଲକ୍ଷ୍ନୌର ଭିକାରୀ ମାନେ ଲକ୍ଷପତି, ଜାଣନ୍ତୁ ଦିନକୁ କେତେ କରନ୍ତି ରୋଜଗାର

ଲକ୍ଷ୍ନୌ: ଆପଣ ମାନେ ଛକ, ବସ୍ କିମ୍ବା ଟ୍ରେନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଛୋଟ ପିଲା ଓ ଶିଶୁଙ୍କୁ ନିଜ କୋଳରେ ଧରି ମହିଳାମାନେ ଭିକ ମାଗୁଥିବାର ବହୁବାର ଦେଖିଥିବେ। ଏଭଳି ପରିସ୍ଥିତିରେ ଲୋକମାନେ ଦୟାପରବଶ ହୋଇ ଦାନରେ ଟଙ୍କା ଦେଇ ଦିଅନ୍ତି। ତେବେ ୟୁପିର ରାଜଧାନୀ ଲକ୍ଷ୍ନୌରେ କରାଯାଇଥିବା ସର୍ଭେରୁ ଅନେକ ଚାଞ୍ଚଲ୍ଯ କର ତଥ୍ଯ ସାମ୍ନାକୁ ଆସିଛି୲

ଏହି ତଥ୍ଯ ଅନୁଯାୟୀ ନବାବଙ୍କ ସହର ଲକ୍ଷ୍ନୌରେ ଭିକ ମାଗୁଥିବା ଲୋକମାନେ ଦିନକୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଫଳରେ ସେମାନେ ମାସକୁ ପ୍ରାୟ ୯୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ବାର୍ଷିକ ପ୍ରାୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଯାହା ଏକ ଉଚ୍ଚପଦସ୍ଥ କାର୍ଯ୍ୟରତ ଅଧିକାରୀଙ୍କ ଦରମା ସହ ସମାନ। ଲକ୍ଷ୍ନୌର ଲୋକମାନେ ପ୍ରତିଦିନ ୬୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଦେଉଥିବା ନେଇ ତଥ୍ଯରୁ ଜଣାପଡିଛି୲

ମ୍ୟୁନିସିପାଲିଟି କର୍ପୋରେସନ୍, ସାମାଜିକ କଲ୍ୟାଣ ଏବଂ ଡୁଡା ର ସର୍ଭେରୁ ଜଣାପଡିଛି ଯେ ଲକ୍ଷ୍ନୌରେ ସମୁଦାୟ ୫୩୧୨ ଭିକାରୀ ଅଛନ୍ତି। କେବଳ ଅଳ୍ପ କିଛି ଭିକାରୀଙ୍କୁ ଛାଡି ପ୍ରାୟ ୯୦ ପ୍ରତିଶତ ଭିକାରୀମାନେ ପେସାଦାର ଅଟନ୍ତି। ଏହି ଭିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ହାରଦିକ, ବାରବାଙ୍କି, ସୀତାପୁର ଏବଂ ୟୁପିର ରାୟବରେଲୀର ଅଟନ୍ତି। ଏହା ବ୍ୟତୀତ ଭିକ ମାଗିବାରେ ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ସଂଖ୍ଯାରେ ରହିଛନ୍ତି।

ଭିକାରୀମାନଙ୍କୁ ସରକାରୀ ଯୋଜନାର ଲାଭ ଯୋଗାଇ ଦେବାପାଇଁ  ଫର୍ମ ପୂରଣ କରାଯାଉଥିବା ବେଳେ ଏହି ସବୁ ଆଶ୍ଚର୍ଯ୍ୟଜନକ ତଥ୍ଯ ସାମ୍ନାକୁ ଆସିଛି୲

 

Comments are closed.