ବାଲେଶ୍ବର: ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ବାଲେଶ୍ବରରେ ଜଳବନ୍ଦୀ ପରସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖଯୋଗ୍ୟ, ବାତ୍ୟା ଦାନା ପ୍ରଭାବରେ ସବୁଠୁ ଅଧିକ କ୍ଷତି ସହିଥିବା ଜିଲା ବାଲେଶ୍ବରରେ ହୋଇଛି ବ୍ୟାପକ କ୍ଷୟ କ୍ଷତି। ଚାଷ ଜମିଠୁ ଘର ପର୍ଯ୍ୟନ୍ତ ସବୁଠି ପ୍ରଳୟ ରଚିଛି ଦାନା। କେଉଁଠି ଘରର ଛାତ ଉଡ଼ିଯାଇଛି ତ’ କେଉଁଠି ଘର ଉପରେ ପଡ଼ିଛି ଗଛ। ବାତ୍ୟା ଦାନା ପରେ ଲଗାଣ ବର୍ଷା ଜିଲ୍ଲା ବାସୀଙ୍କ ପାଇଁ ବଡ଼ ଅସୁବିଧା ଠିଆ କରିଛି।
Comments are closed.