ଭୁବନେଶ୍ବର: ଆଜି ଧନତେରାସର ଅବସରରେ ମା’ ଧନଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ଆଜି ଦିନରେ ଚାନ୍ଦି ଏବଂ ସୁନା ରୂପର ଗହଣା, ବାସନ, ଝାଡୁ, ହଲ୍ଦି, ଧନିଆ ଆଦି କିଣିବାକୁ ଶୁଭ ମଣାଯାଏ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’ ଲକ୍ଷ୍ମୀ ଘର ଭିତରେ ବାସ କରନ୍ତି । ସମୃଦ୍ଧି ଆଉ ଖୁସି ଆଣେ ଏହି ସବୁ ଜିନିଷ ।
ଧନତେରାସକୁ ଧନତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଧନଦାତ୍ରୀ ମା’ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ସୃଷ୍ଟି ହୋଇଥିଲେ । ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ୧୩ତମ ତିଥିରେ ମା’ ଲକ୍ଷ୍ମୀଙ୍କ ଆଗମନକୁ ପାଳନ କରାଯାଏ । ଯାହା ଏକ ହିନ୍ଦୁ ଗଣପର୍ବ । ଏହି ଉତ୍ସବ ୫ ଦିନିଆ ଦୀପାବଳି ମହୋତ୍ସବର ପ୍ରଥମ ଦିନରେ ପାଳନ କରାଯାଏ ।
ପୌରାଣିକ କଥାବସ୍ତୁ କୁହେ, ଧନତେରାସ ଦିନରେ ବ୍ୟାପାର ବାଣିଜ୍ୟ କି କିଛି ଶୁଭ କାମର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ମଣାଯାଏ । ଏହି ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । କୁହାଯାଏ ସୁନା, ରୂପା, ତମ୍ବା, ପିତ୍ତଳ ପରି ଧାତୁରେ ନିର୍ମିତ ଜିନିଷ ଏବଂ ଝାଡୁରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ ଉଭା ହୋଇଥିଲେ । ଏଥିପାଇଁ ଏହି ଖାସ୍ ଦିନରେ ଧନତେରାସ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଧନର ଦେବତା ଧନ୍ବନ୍ତରୀ ଏବଂ ଭଗବାନ୍ କୁବେରଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯିବା ସହିତ ବଳି ମଧ୍ୟ ଦିଆଯାଏ ।
Comments are closed.