Latest Odisha News

BREAKING NEWS

ଧନତେରାସରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ… 

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ। ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ।ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଧନତେରାସରେ କ’ଣ କିଣିବା ଶୁଭ ହୋଇଥାଏ।

* ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଏହି ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମଧ୍ୟ ମନେ କରାଯାଏ ।

* ରୌପ୍ୟ ଦ୍ରବ୍ୟ କ୍ରୟ କଲେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ବିଶ୍ବାସ ରହିଛି ଯେ, ଏହି ଦିନ ରୈାପ୍ୟ ଦ୍ରବ୍ୟ କ୍ରୟ କଲେ ଯଶ,କୀର୍ତ୍ତି ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ

* ଧନତେରାସ ଦିନ ବାସନ କିଣିବାର ଏକ ପରମ୍ପରା ରହିଆସିଛି । ଧନତେରାସରେ ତମ୍ବା,ପିତ୍ତଳ ବାସନ କିଣନ୍ତୁ । ତେବେ ମନେରଖନ୍ତୁ ଏହି ବାସନକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ । ଏହାଦ୍ଵାରା ଘରେ ସୁଖ ଶାନ୍ତି ମିଳିଥାଏ ।

* ସେହିଭଳି ଧନତେରସ ଦିନ କିଛି ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ ଶୁଭ ହୋଇଥାଏ। ଲୁଣକୁ ଶୁଦ୍ଧତାର ପ୍ରତୀକ ଭାବରେ ବିଶ୍ବାସ କରାଯାଏ।

* ଧନତେରସ ଦିନ ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି କିଣିବା ଖୁବ୍‌ ଶୁଭ ହୋଇଥାଏ। ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଣଙ୍କ ମୂର୍ତ୍ତି କିଣିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧା ଦୂର ହୋଇଯାଏ।

Comments are closed.