Latest Odisha News

BREAKING NEWS

ଆପାର୍ଟମେଣ୍ଟରୁ ମିଳିଲା ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କ ମୃତଦେହ

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ତାଙ୍କ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି। ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତଦେହ ବୁଧବାର ସକାଳେ କୋଚିରେ ଏକ ଆପାର୍ଟମେଣ୍ଟରୁ ମିଳିଛି। ତାଙ୍କ ବୟସ ୪୩ ବର୍ଷ। ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ପୋଲିସ କହିଛି ଯେ ନିଶାଦ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଶାଦଙ୍କ ହଠାତ୍‌ ଦେହାନ୍ତ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। ନିଶାଦ ୟୁସୁଫ ମୃତ୍ୟୁର ଦୁଇ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ। ସେ ସେୟାର କରିଥିବା ଦୁଇଟି ପୋଷ୍ଟ ମଧ୍ୟରୁ ଗୋଟିକରେ ନିଶାଦ ‘କଙ୍ଗୁଭା’ ନିର୍ଦ୍ଦେଶକ ଶିବାଙ୍କ ସହ ଥିବାବେଳେ ଅନ୍ୟ ଫଟୋରେ ତାଙ୍କୁ ବବି ଦେଓଲ ଏବଂ ସୂର୍ଯ୍ୟାଙ୍କ ସହ ଦେଖିବାକୁ ମିଳିଥିଲା।

ତାମିଲ ଚଳଚ୍ଚିତ୍ରର ବଡ ସଂପାଦକମାନଙ୍କ ମଧ୍ୟରେ ନିଶାଦଙ୍କୁ ଗଣନା କରାଯାଉଥିଲା। ନିଶାଦ ମଧ୍ୟ ତାଙ୍କ କ୍ୟାରିୟରରେ ଅନେକ ବଡ ଚଳଚ୍ଚିତ୍ର ସଂପାଦନ କରିଥିଲେ। କେବଳ ଏତିକି ନୁହେଁ, ନିଶାଦଙ୍କ ଫିଲ୍ମ କଙ୍ଗୁଭା ମଧ୍ୟ ଆସନ୍ତା ନଭେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନିଶାଦ ମଧ୍ୟ ସମ୍ପାଦନା କରିଥିଲେ। ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ସୂର୍ଯ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ବଲିଉଡ ଅଭିନେତା ବବି ଦେଓଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଥାଲୁମାଲା’ ଚଳଚ୍ଚିତ୍ର ସମ୍ପାଦନା ପାଇଁ ୨୦୨୨ ମସିହାରେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ନିଶାଦ ୟୁସୁଫ। ‘ଥାଲୁମାଲା’ ବ୍ୟତୀତ ‘ଚାଭେର’, ‘ଉଣ୍ଡା’, ‘ସାଉଦି ଭେଲ୍ଲାକ୍କା’, ‘ୱାନ’, ଏବଂ ‘ଅପରେସନ୍ ଜାଭା’ ଭଳି ସୁପର ହିଟ୍ ଚଳଚ୍ଚିତ୍ର ସମ୍ପାଦନା କରିଥିଲେ ନିଶାଦ।

Leave A Reply

Your email address will not be published.