Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୭୧ ଲକ୍ଷ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ‘ଦାନା’ ରେ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୬ଟି ସଂସ୍ଥା ପକ୍ଷରୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗ୍ରହଣ କରିଛନ୍ତି।
ସୂଚନା ଯୋଗ୍ୟ, କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ସହାୟତା ରାଶି ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ, ହାଇ ଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ ଲକ୍ଷ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ୨ ଲକ୍ଷ, ଶିବାନୀ ରିସୋର୍ସେସ ପକ୍ଷରୁ ୨ ଲକ୍ଷ ଏବଂ ଭୁବନେଶ୍ବର ସେଣ୍ଟ୍ ଜାଭିୟର୍ସ ସ୍କୁଲ ପିଲାମାନଙ୍କ ପକ୍ଷରୁ ୨ଲକ୍ଷ ୧ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ୬ଟି ସଂସ୍ଥା ପକ୍ଷରୁ ମୋଟ ୭୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗ୍ରହଣ କରିଛନ୍ତି। ପ୍ରତିକୂଳ ପରିଥିଟିରେ ରାଜ୍ୟବାସୀଙ୍କୁ ସହାୟତା କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Comments are closed.