ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ଫ୍ରାଂଚାଇଜରମାନେ ରିଟେନଶନ ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଏଥିରେ ସେଭଳି ବଡ ଧରଣର ପରିବର୍ତନ ଦେଖିବାକୁ ମିଳି ନ ଥିଲା । ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ରିଙ୍କୁ ସିଂ ସେମାନଙ୍କ ପୂର୍ବ ଦଳ ସହିତ ରହିଛନ୍ତି । ଆସନ୍ତୁ ନଜର ପକାଇବା ଖେଳାଳିମାନଙ୍କ ରିଟେନଶନ ତାଲିକା ଉପରେ- ।
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ୫ଜଣ ଖେଳାଳିଙ୍କୁ ରିଟେନ କରିଛି । ସେମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା(୧୬.୩୫କୋଟି), ସୂର୍ଯ୍ୟକୁମାର ଯାଦବ( ୧୬.୩୦), ରୋହିତ ଶର୍ମା (୧୬.୩୦), ଯଶପ୍ରୀତ ବୁମରାହ(୧୮) ଓ ତିଳକ ବର୍ମା(୮) ।
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୫ଜଣ ଖେଳାଳିଙ୍କୁ ରିଟେନ କରିଛି । ସେମାନେ ହେଲେ ମହେନ୍ଦ୍ର ସିଂ ଧୋନୀ(ଅନ କ୍ୟାପଡ, ୪କୋଟି), ରିତୁରାଜ ଗାଏକ୍ୱାଡ( ୧୮ କୋଟି), ରବୀନ୍ଦ୍ର ଜାଡେଜା( ୧୮ କୋଟି), ଶିବମ ଦୁବେ(୧୨) ଓ ମାଥିସା ପାଥିରାନା(୧୩) ।
ହାଇଦ୍ରାବାଦ: ସନ ରାଇଜର୍ସ ହାଇଦ୍ରାବାଦ ହେନରୀ କ୍ଲାସେନଙ୍କୁ ସର୍ବାଧିକ ୨୩ କୋଟିରେ ରଖିଛି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା(୧୪କୋଟି), ଟ୍ରେଭିସ ହେଡ(୧୪) ଓ ନୀତିଶ ରେଡ୍ଡୀ(୬କୋଟି) ।
ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟ ଆଗାମୀ ସିଜନ ପାଇଁ ୫ ଖେଳାଳିଙ୍କୁ ରିଟେନ କରିଛି । ସେମାନେ ହେଲେ ନିକୋଲସ ପୂରନ( ୨୧ କୋଟି), ରବି ବିଶ୍ନୋଇ( ୧୧କୋଟି), ମୟଙ୍କ ଯାଦବ( ୧୧କୋଟି), ଆୟୂଷ ବଦାନୀ( ୪ କୋଟି), ମୋହସୀନ ଖାଁ(୪କୋଟି) ।
ଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ରିଷଭ ପନ୍ତଙ୍କୁ ରିଲିଜ କରିଥିବା ବେଳେ ୪ଜଣଙ୍କୁ ରିଟେନ କରିଛି । ଟ୍ରିଷ୍ଟନ ଷ୍ଟବ୍ସ(୧୦କୋଟି), ଅକ୍ଷର ପଟେଲ(୧୬.୫୦), କୂଲଦୀପ ଯାଦବ(୧୩.୨୫) ଓ ଅଭିଷେକ ପାରୋଲଙ୍କୁ ୪କୋଟିରେ ରିଟେନ କରିଛି ।
ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୩ ଜଣ ଖେଳାଳିଙ୍କୁ ରିଟେନ କରିଛି । ସେମାନେ ହେଲେ ବିରାଟ କୋହଲି(୨୧କୋଟି), ରଜତ ପାଟୀଦାର(୧୧କୋଟି) ଓ ୟଶ ଦଲାଲ(୫କୋଟି) ।
ରାଜସ୍ଥାନ: ରାଜସ୍ଥାନ ରୟାଲ୍ସ ଆଗାମୀ ସିଜନ ପାଇଁ ୬ଜଣ ଖେଳାଳିଙ୍କୁ ରିଟେନ କରିଛି । ସଞ୍ଜୁ ସାମାସନ(୧୮କୋଟି), ଯଶସ୍ୱୀ ଜୈସୱାଲ(୧୮କୋଟି), ରିୟାନ ପରାଗ(୧୪କୋଟି), ସନ୍ଦୀପ ଶର୍ମା(୪କୋଟି), ଶିମରେନ ହେଟମେୟର(୧୧କୋଟି) ଓ ଧ୍ରୁବ ଜୁରେଲ(୧୪ କୋଟି) ।
ଗୁଜରାଟ: ଗୁଜରାଟ ଟାଇଟାନ୍ସ ଶୁଭମନ ଗିଲଙ୍କୁ ୧୬.୫୦ ଓ ରଶିଦ ଖାଁଙ୍କୁ ୧୮ କୋଟିରେ ରିଟେନ କରିଛି । ଅନ୍ୟ ୩ଜଣଙ୍କ ମଧ୍ୟରେ ସାଇ ସୂଦର୍ଶନ(୮.୫୦), ଶାହାରୁଖ ଖାଁ(୪କୋଟି) ଓ ରାହୁଲ ଟେୱାଟିଆ(୪କୋଟି) ରହିଛନ୍ତି ।
କୋଲକାତା: କୋଲକାତା ନାଇଟ ରାଇଡର୍ସ ସର୍ବାଧିକ ୬ଜଣ ଖେଳାଳିଙ୍କୁ ରିଟେନ କରିଛି । ସୁନୀଲ ନାରିନ(୧୨କୋଟି), ରିଙ୍କୁ ସିଂ(୧୩ କୋଟି), ବରୁଣ ଚକ୍ରବର୍ତି(୧୨କୋଟି), ହର୍ଷିତ ରାଣା(୪କୋଟି), ଆନ୍ଦ୍ରେ ରସେଲ(୧୨କୋଟି) ଓ ରମନଦୀପ ସିଂ(୪କୋଟି) ।
ପଞ୍ଜାବ: ପଞ୍ଜାବ କିଙ୍ଗସ ସବୁଠାରୁ କମ ୨ଜଣ ଖେଳାଳିଙ୍କୁ ରିଟେନ କରିଛି । ଶଶାଙ୍କ ସିଂଙ୍କୁ ୫.୪ ଓ ପ୍ରଭାସିମରନ ସିଂଙ୍କୁ ଦଳ ୪କୋଟିରେ ରଖିଛି ।
Comments are closed.