ସମ୍ବଲପୁର: ପୁଣି ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ । ସ୍କ୍ରବ୍ ଟାଇଫସ୍ରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଙ୍ଖିଦାଦର ଗାଁର ହୋଇଥିବା ବେଳେ ଗତ ୧୧ ଦିନ ହେବ ସେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇଛି । ସ୍କ୍ରବ ଟାଇଫସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।
ତେବେ ଡେଙ୍ଗୁ ପରେ ପରେ ଏବେ ରାଜ୍ୟ ପାଇଁ ସ୍କ୍ରବ୍ ଟାଇଫସ୍ ଚିନ୍ତାର କାରଣ ପାଲଟିଲାଣି । ମଝିରେ ବେଶ୍ କିଛି ଦିନ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଥମିଥିବା ବେଳେ ଏବେ ପୁଣି ସ୍ଥିତି ଜାହିର କରିଛି । ମୁଖ୍ୟତଃ ସୁନ୍ଦରଗଡ ଜିଲ୍ଲାରେ ଅଧିକ ପଜିଟିଭ୍ ବିଗତ ଦିନରେ ଚିହ୍ନଟ ହୋଇଥିଲେ । ତେବେ ପୂର୍ବରୁ ବରଗଡ଼ରେ ସ୍କ୍ରବ୍ ଟାଇଫସ୍ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।