Latest Odisha News

BREAKING NEWS

ସରକାର ଆଣିବେ ସ୍କାମ ବିରୋଧୀ ଯୋଜନା, ଡିସେମ୍ବରରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କମ୍ପ୍ୟୁଟର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଠକେଇ ଯୋଜନା ପଛରେ ଥିବା ବ୍ୟକ୍ତିମାନେ ନିରୀହ ନାଗରିକଙ୍କୁ ଠକିବା ପାଇଁ ବହୁତ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ସରକାର ଏଭଳି ସ୍କାମ ବିରୋଧରେ ଲଢିବାକୁ ନୂଆ ଯୋଜନା ଆଣୁଛନ୍ତି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ର କର୍ତ୍ତୃପକ୍ଷ ଟେଲିକମ୍ ଅପରେଟରମାନଙ୍କୁ ବ୍ୟବହାରକାରୀଙ୍କ ସୂଚନା ତଥା ସ୍କାମ ବନ୍ଦ କରିବା ପାଇଁ ନୂତନ ନିର୍ଦ୍ଦେଶନାମା ଦେଇଛନ୍ତି।

ଓଟିପି ନେଇ ଟେଲିକମ ଅପରେଟରଙ୍କୁ ଭାରତର ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଦିଆଯାଇଥିବା ସମୟସୀମା ଘୁଞ୍ଚିଲା। ନଭେମ୍ବର ୧ରୁ ସେହି ତାରିଖକୁ ଡିସେମ୍ବର ୧କୁ ଘୁଞ୍ଚାଇଛି ଟ୍ରାଇ। ସେବାରେ ବ୍ଯାଘାତ ସୃଷ୍ଟି ହେବା ଦୃଷ୍ଟିରୁ ଟେଲିକମ କମ୍ପାନୀମାନଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ଟ୍ରାଇ ନେଇଛି। ଫଳରେ ଡିସେମ୍ବର ୧ରୁ ମୋବାଇଲକୁ ଅଯଥା ମେସେଜ ଆସିବ ନାହିଁ। ଅର୍ଥାତ ଯେଉଁ ସଂସ୍ଥା ପଞ୍ଜିକୃତ ହୋଇ ନଥିବେ ସେହି ସଂସ୍ଥାର ମେସେଜ ମୋବାଇଲକୁ ଆସିବ ନାହିଁ।

ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କ ସିମ୍ କାର୍ଡ ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ TRAI ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଘୋଷଣା ହେବା ପରେ ସ୍କାମରମାନଙ୍କୁ ଏଡ଼ାଇବା ସହଜ ହେବ। ସରକାରଙ୍କ ଏହି ନିଷ୍ପତ୍ତି ସହିତ ରିଲାଏନ୍ସ ଜିଓ, ​​ଭୋଡାଫୋନ୍ ଆଇଡିଆ, ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକଙ୍କ ପାଇଁ ସ୍କାମରରୁ ଦୂରେଇ ରହିବା ସହଜ ହେବ ଏବଂ ସେମାନଙ୍କ ଚିନ୍ତା ହ୍ରାସ ପାଇବ। ସିମ୍ କାର୍ଡ ସହିତ ଜଡିତ ନିୟମ ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ।

ପୂର୍ବରୁ ନଭେମ୍ବର ୧ ତାରିଖରେ ଦିଆଯାଇଥିବା ଏହି ଡେଡଲାଇନକୁ ଡିସେମ୍ବର ୧କୁ ଘୁଞ୍ଚାଯାଇଛି। ମେସେଜ ସର୍ଭିସ ଠିକଠାକ୍ କରିବା ଲାଗି ଅଧିକ ସମୟ ଦିଆଯାଇଛି। ନଭେମ୍ବର ୧ରୁ ଏହି ପଦକ୍ଷେପ ନିଆଗଲେ ସେବା ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇଥିଲେ ଟେଲିକମ କମ୍ପାନୀ। ଏହି ନିୟମ କାର୍ଯ୍ୟକାରୀ ହେଲେ ୧୪୦ରୁ ଆରମ୍ଭ ହେଉଥିବା ନମ୍ବରଗୁଡିକ ଡିଷ୍ଟର୍ବଡ ଲେଜର ଟେକ୍ନୋଲୋଜି ବା ଡିଏଲଟି ପ୍ଲାଟଫର୍ମକୁ ପରିବର୍ତ୍ତିତ ହେବ। ଫଳରେ ନିରାପତ୍ତା ଅଧିକ ହେବ। ଡିସେମ୍ବର ୧ ପରଠାରୁ ଅଣପଞ୍ଜିକୃତ ସେଣ୍ଡରମାନଙ୍କଠାରୁ ଆସୁଥିବା ଅନିୟନ୍ତ୍ରିତ ମେସେଜ ବ୍ଲକ ହେବ। ଏନେଇ ଦୈନିକ ଅପଡେଟ ଦାଖଲ କରିବେ ଟେଲିକମ ଅପରେଟର। ପ୍ରତିଦିନ ୧.୫ରୁ ୧.୭ ବିଲିୟନ କମର୍ସିଆଲ ମେସେଜ ଲୋକଙ୍କ ନିକଟକୁ ଯାଉଛି।

Comments are closed.