Latest Odisha News

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସନ୍ଦେହ

ମୁମ୍ବାଇ: ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାରେ ରୋହିତ ଖେଳିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ନଭେମ୍ବର ୨୨ରେ ପର୍ଥରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ପୂର୍ବରୁ ବିିସିସିଆଇ ଏହି ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରିଛି । ରୋହିତଙ୍କୁ ଏ ସମ୍ପର୍କରେ ପଚରାଯିବା ସତ୍ୱେ ସେ ସନ୍ତୋଷଜନକ ଉତର ଦେଇ ନ ଥିଲେ । ସେ କହିଥିଲେ, ମୁଁ ନିଜେ ମଧ୍ୟ ଜାଣିନି ଯିବ କି ନାହିଁ । ତାଙ୍କର ଏହି ବୟାନ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ରୋହିତ ନ ଗଲେ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେବେ । ନ୍ୟୁଜିଲାଣ୍ଡ ନିକଟରୁ ୩ଟି ଯାକ ଟେଷ୍ଟ ହାରିବା ପରେ ଏବେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ଭାରତ ପାଇଁ କଷ୍ଟକର ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତକୁ ୩ରୁ ୪ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଅଷ୍ଟ୍ରେଲିଆକୁ ଘରୋଇ ପରିବେଶରେ ହରାଇବା ଏତେଟା ସହଜ ନୁହେଁ । ପଂଏଟ ଟେବୁଲରେ ଭାରତ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।

Leave A Reply

Your email address will not be published.