Latest Odisha News

ଦ୍ଵିତୀୟ ବିବାହ କରିବେ କି ଅଭିଷେକ ? ଭାଇରାଲ ହେଉଛି ଅଭିନେତାଙ୍କ ବୟାନ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ଜୋରସୋରରେ ଚାଲିଛି। ତେବେ ବଚ୍ଚନ ପରିବାର କିମ୍ବା ଦମ୍ପତି ଏ ବିଷୟରେ କିଛି କହି ନାହାଁନ୍ତି। ସେମାନେ ନୀରବତା ଅବଲମ୍ବନ କରିୁଛନ୍ତି। କିନ୍ତୁ ପ୍ରଶଂସକମାନେ ଚାହାଁନ୍ତି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହେବା ଉଚିତ୍ ଏବଂ ସେମାନେ ଏହିପରି କିଛି ଶୁଣିବାକୁ ଚାହୁଁ ନାହାଁନ୍ତି। ଏହାରି ଭିତରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହର ୧୭ ବର୍ଷ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରେ ମତଭେଦ ତଥା ମନାନ୍ତରର ଗୁଜବ ସବୁବେଳେ ଚାଲିଆସୁଛି ।

ଅଭିଷେକଙ୍କ ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିବା ଏବଂ ଅଭିଷେକ ‘ଡିଭର୍ସ ପୋଷ୍ଟ’କୁ ଲାଇକ୍ କରିବା ଲୋକଙ୍କୁ ଏହି ଗୁଜବକୁ ବିଶ୍ୱାସ କରିବାକୁ ବାଧ୍ୟ କରିଥାଏ। ନିମ୍ରତ କୌରଙ୍କ ସହ ସମ୍ପର୍କର ଗୁଜବ ଏବେ ନିଆଁରେ ପେଟ୍ରୋଲ ଢ଼ାଳିବା ସମାନ କାମ କରୁଛି। ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ବୟାନ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁପସ୍ଥିତି ହେଉ କିମ୍ବା ନିମ୍ରତ କୌରଙ୍କ ସହ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ବିଷୟରେ ଗୁଜବ ହେଉ, ସେମାନଙ୍କ ସମ୍ପର୍କ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି ଏବଂ ଅନେକ ଲୋକ କହିଛନ୍ତି ଯେ ଏହି ଦମ୍ପତି ଖୁବଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ।

ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପୁଣି ବିବାହ କରିବେ ବୋଲି କହି ଏହି ଗୁଜବର ଜବାବ ଦେଇଛନ୍ତି । ୨୦୧୪ ମସିହାରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିଷୟରେ ଗୁଜବ ଥିଲା ଯେ ସେମାନେ ଛାଡପତ୍ର ନେବାକୁ ଯାଉଛନ୍ତି । ସେତେବେଳେ ଅଭିଷେକ ବଚ୍ଚନ ନୀରବତା ବଜାୟ ରଖିବା ପରିବର୍ତ୍ତେ ଏହାକୁ ଦୃଢ଼ ଭାବରେ ଅସ୍ୱୀକାର କରିଥିଲେ ଏବଂ ମିଥ୍ୟା ଗୁଜବ ପ୍ରତି ଧ୍ୟାନ ନଦେବାକୁ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ କହିଥିଲେ ।

Leave A Reply

Your email address will not be published.