ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏହି ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ଉଭୟ ଜନତାଙ୍କ ମନ କିଣିବା ପାଇଁ ତଥା ନିର୍ବାଚନ ପ୍ରଚାର କରିବା ପାାଇଁ କଠିନ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର। ଜନତା ନେଉଛନ୍ତି ଅଗ୍ନିପରୀକ୍ଷା। ଡୋନାଲ୍ଡ ଟ୍ରମ୍ପ ନା କମଲା ହାରିସ? କାହାକୁ ବାଛିବେ ଆମେରିକା ଜନତା?
ଆଜି ଭାରତୀୟ ସମୟ ଅପରାହ୍ନ ୪.୩୦ ରେ ଭୋଟ୍ ଆରମ୍ଭ ହେବ। ଆଉ କିଛି ସମୟ ପରେ, ବିଶ୍ୱ ଜାଣିବାକୁ ପାଇବ ଯେ କାହା ହାତରେ ଆମେରିକାର ନେତୃତ୍ୱ ରହିବ, ଯାହା ସବୁଠାରୁ ଶକ୍ତିଶାଳୀ ଏବଂ ବୃହତ୍ତମ ଗଣତାନ୍ତ୍ରିକ ଦେଶ ମଧ୍ୟରେ ଅନ୍ୟତମ। ଦେଶବାସୀ ନିଜର ନୂଆ ରାଷ୍ଟ୍ରପତି ଚୟନ କରିବେ । ଏହାସହ ଆମେରିକାର ୪୭ତମ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହେବ । ଭିନ୍ନ ଭିନ୍ନ ସର୍ଭେରେ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ଅନୁମାନ କରାଯାଉଛି । ତେଣୁ ଦୁଇ ଦଳ ମଧ୍ୟରେ ଯଦି ଟାଇ ସ୍ଥିତି ଅର୍ଥାତ୍ କେହି ବି ୨୭୦ ଆସନ ନପାଇ ୨୬୯-୨୬୯ରେ ପରିଣାମ ଶେଷ ହୁଏ, ତେବେ କଣ ହେବ ?
ଆମେରିକାର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
ଆମେରିକାରେ ନିର୍ବାଚନ ପରିଣାମ ପ୍ରକ୍ରିୟା ଟିକେ ଜଟିଳ । ଏଠାରେ ଲୋକଙ୍କ ଭୋଟ୍ ନିର୍ବାଚନରେ କିଏ ଜିତିବ ତାହ ସ୍ଥିର କରେ ନାହିଁ, ବରଂ ଏଥିପାଇଁ ଏକ ଅଲଗା ପ୍ରକ୍ରିୟା ରହିଛି, ଯାହାକୁ ଇକେକ୍ଟୋରଲ କଲେଜ କୁହାଯାଏ । ଆମେରିକୀୟ ବ୍ୟବସ୍ଥା ଅନୁଯାୟୀ, ରାଷ୍ଟ୍ରପତି ହେବାର ନିଷ୍ପତ୍ତି ୫୮୩ଜଣ ସଦସ୍ୟଙ୍କ ‘ଇଲେକ୍ଟୋରାଲ କଲେଜ’ ଦ୍ୱାରା ନିଆଯାଏ। ଯେଉଁଥିରେ ଆମେରିକାର ପ୍ରତ୍ୟେକ ରାଜ୍ୟକୁ ସେତିକି ଚୟନକର୍ତ୍ତା ମିଳେ ଯେତିକି ତାଙ୍କ ପ୍ରତିନିଧି ଆମେରିକୀ କଂଗ୍ରେସରେ ଥାନ୍ତି। ନେବରାସ୍କା ଏବଂ ମେନ୍ ବ୍ୟତୀତ ପ୍ରତ୍ୟେକ ରାଜ୍ୟ ଏହାର ସମସ୍ତ ଭୋଟ୍ ରାଜ୍ୟବ୍ୟାପୀ ଭୋଟ୍ ନେଉଥିବା ବ୍ୟକ୍ତିଙ୍କୁ ପ୍ରଦାନ କରନ୍ତି। ଯଦି ଉଭୟ ପ୍ରାର୍ଥୀ ୨୭୦ ରୁ କମ୍ ନିର୍ବାଚନ ଭୋଟ୍ ପାଆନ୍ତି, ତେବେ ଆମେରିକାର ସମ୍ବିଧାନ ଅନୁଯାୟୀ କଂଗ୍ରେସ ଏ ବାବଦରେ ନିଷ୍ପତ୍ତି ନିଅନ୍ତି। ଯାହା ପରେ ନବ ନିର୍ବାଚିତ ଲୋକସଭା ଆସନ୍ତା ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଚୟନ କରାଯାଏ। ଏଥି ସହିତ ସିନେଟ୍ ଉପରାଷ୍ଟ୍ରପତି ଚୟନ କରନ୍ତି।
ଆମେରିକା ନିର୍ବାଚନରେ ଜନସଂଖ୍ୟା ଆଧାରରେ ୫୦ ଆମେରିକୀୟ ରାଜ୍ୟ ଏବଂ ୱାଶିଂଟନକୁ ମିଶାଇ ୫୩୮ ଆସନରେ ମତଦାନ ହେବ । ବିଜୟ ପାଇଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କୁ ଅତି କମରେ ୨୭୦ ନିର୍ବାଚନୀ ଭୋଟ ହାସଲ କରିବାକୁ ହେବ । ଯଦି ମୁକାବିଲ ୨୬୯-୨୬୯ରେ ସମାନ ହୁଏ ତେବେ ଏହାକୁ ଆକସ୍ମିକ ନିର୍ବାଚନ ଧାରଯିବ। ଅଲ୍ ଜଜିରା ରିପୋର୍ଟ ଅନୁସାରେ ଆକସ୍ମିକ ନିର୍ବାଚନରେ ଆମେରିକାର ନିମ୍ନ ସଦନ, ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭ୍ ବିଜେତା କିଏ ହେବ ତାର ନିଷ୍ପତ୍ତି ନେବ ।
ଟାଇ ହୋଇପାରେ କି ପ୍ରତିଯୋଗିତା?
ବର୍ତ୍ତମାନ ପର୍ଯ୍ୟନ୍ତ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ କରାଯାଇଥିବା ସର୍ଭେରେ ଉଭୟ ପ୍ରାର୍ଥୀ ପରସ୍ପରକୁ କଡା ଟକ୍କର ଦେଉଥିବା ଜଣାପଡିଛି। ଗୋଟିଏ ପଟେ ଡେମୋକ୍ରେଟ୍ କମଲା ହାରିସ୍ ସ୍ୱିଂଗ ଷ୍ଟେଟ ୱିସ୍କନ୍ସିନ୍, ମିସିଗନ୍ ଏବଂ ପେନସିଲଭାନିଆ ରାଜ୍ୟରେ ବିଜୟ ହାସଲ କରୁଥିବା ବେଳେ ଅନ୍ୟ ପଟେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ ଜର୍ଜିଆ, ନେଭାଡା, ଆରିଜୋନା, ଉତ୍ତର କାରୋଲିନା ଏବଂ ନେବରାସ୍କାରେ ବିଜୟ ହାସଲ କରିବା ବୋଲି ଜଣାପଡୁଛି। ତେଣୁ ଏପରି ପରିସ୍ଥିତିରେ ପ୍ରତିଯୋଗିତା ସମାନ ହୋଇପାରେ।
ଆମେରିକାର ସମ୍ବିଧାନରେ ଏଥିପାଇଁ ନିୟମ କ’ଣ ରହିଛି?
ଯୁକ୍ତରାଷ୍ଟ୍ରରେ ସମୁଦାୟ ୫୦ଟି ରାଜ୍ୟ ଅଛି। ତେଣୁ ଉଭୟ ପ୍ରାର୍ଥୀ ଜିତିବା ପାଇଁ ଅତି କମରେ ୨୬ ଟି ରାଜ୍ୟର ସମର୍ଥନ ପାଇବା ଉଚିତ୍। CRS ଅର୍ଥାତ୍ କଂଗ୍ରେସ ଅନୁସନ୍ଧାନ ସେବା ଅନୁଯାୟୀ ଯଦି ନିର୍ବାଚନ କୌଣସି କାରଣରୁ ଟାଇ ହୋଇଯାଏ ତେବେ ଏହି ପରିସ୍ଥିତିରେ ପ୍ରତ୍ୟେକ ରାଜ୍ୟ ଗୋଟିଏ ଭୋଟ୍ ଦେବାର ଅଧିକାର ପାଇବେ। ପ୍ରତ୍ୟେକ ରାଜ୍ୟରୁ ଆସିଥିବା ପ୍ରତିନିଧୀଙ୍କୁ ନିଜ ପସନ୍ଦର ପ୍ରାର୍ଥୀ ପାଇଁ ଗୋଟିଏ ଭୋଟ୍ ଦେବାକୁ ଅନୁମତି ଦିଆଯିବ। ଏହା ପରେ ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ସ୍ଥିର ହେବ।