ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅସୁସ୍ଥ ଥିବା ୨ ଜଣ ଏବେ ବି କଟକ ଏସ୍ସିବିରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗୋଟିଏ ପରିବାରର ସଦସ୍ୟ ଗତ ୩୦ତାରିଖ ଦିନ ଆମ୍ବଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ଆମ୍ବଟାକୁଆ ଜାଉ ଖାଇବାର କିଛି ସମୟ ପରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯିବା ସମୟରେ କୁମ୍ଭାରା ମାଝୀଙ୍କ ଝିଅ ରୁନି ମାଝୀ (୩୦) ଓ ଅନିଲ ପାଟମାଝୀଙ୍କ ଝିଅ ରମିତା ପାଟମାଝୀ(୨୮)ଙ୍କ ବାଟରେ ମୃତ୍ୟୁ ହୋଇଥିଲା। ଏଥିରୁ ୨ ଜଣ ଗୁରୁତର ଥିବାରୁ କଟକ ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।
Comments are closed.