ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଏନେଇ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ଦେଲା ଭିଜିଲାନ୍ସ ।
ସୂଚନା ମୁତାବକ, ରେଡ୍ ସମୟରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା ଓ ସୁନା ଗହଣା ଯାହାକୁ ଦେଖିଲେ ଆଖି ଖୋସି ହୋଇଯିବ । ଉଦୟସିଂହଙ୍କ ରହିଛି ଆଲିସାନ ବଙ୍ଗଳା । ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ବିଜୟ କୁମାର ଉଦୟସିଂହଙ୍କ ଭୁବନେଶ୍ବର ସ୍ଥିତ ଇଡକୋ ଅଫିସରେ ବି ଚାଲିଛି ଚଢ଼ାଉ ।
ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର ରହିଛି । ପୁରୀ ବାଲୁଖଣ୍ଡ ମୌଜାରେ ରହିଛି ଫ୍ଲାଟ । ଭୁବନେଶ୍ୱରର ପ୍ରାଇମ ଲୋକେସନରେ ରହିଛି ଦୁଇଟି ପ୍ଲାଟ୍ । ଖୋର୍ଦ୍ଧାରେ ରହିଛି ଗୋଟିଏ ପ୍ଲଟ୍ । ଜଙ୍କିଆରେ ଥିବା କ୍ରସର ୟୁନିଟ ଓ ଭୁବନେଶ୍ୱର ସାମନ୍ତରାପୁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ।
ରେଡ୍ ରେ ୨ ଜଣ ଡିଏସପି, ୪ ଇନ୍ସପେକ୍ଟର, ୩ ଏଏସଆଇଙ୍କ ସମେତ ମୋଟ୧୧ ଅଧିକାରୀ ସାମିଲ ଅଛନ୍ତି ।
Comments are closed.