Latest Odisha News

ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଲେ ଅଷ୍ଟ୍ରେଲିଆରେ ମଧ୍ୟ କୋହଲି, ରୋହିତ କିଛି କରି ପାରିବେନି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବେଳା ଭଲ ନାହିଁ । ଦୁଇଜଣଙ୍କ ବ୍ୟାଟ ଏବେ ନୀରବ ହୋଇ ପଡିଛି । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏହି ଦୁଇ ମହାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ତେବେ ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ବୟାନ ପ୍ରଶଂସକଙ୍କୁ ନିରାଶ କରିଛି । ଭନ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏହି ଦୁଇ ବ୍ୟାଟ୍ସମ୍ୟାନ ସେ ଭଳି କିଛି ଖାସ ପ୍ରଦର୍ଶନ କରିପାରିବେ ନାହିଁ । ସେମାନେ ଫର୍ମକୁ ଫେରିବେ ମୋର ବିଶ୍ୱାସ ହେଉନି ବୋଲି ଭନ କହିଛନ୍ତି ।

ଉଭୟ ଏବେ ଚାପରେ ଅଛନ୍ତି । ଅଷ୍ଟ୍ରେଲିଆରେ ସକାରାତ୍ମକ ମାନସିକତା ଏବଂ ଉତମ ଟେକନିକ ସହ ପଡିଆକୁ ଓହ୍ଲାଇବାକୁ ପଡିବ । କୋହଲିଙ୍କ ଫର୍ମ ଭନଙ୍କୁ ଚିନ୍ତାରେ ପକାଇଛି । ମିଚେଲ ସାଂଟନରଙ୍କ ଫୁଲଟସ ବଲରେ ସେ ଯେଉଁ ଭଳି ଭାବେ ଆଉଟ ହେଲେ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । କୋହଲି ପୂର୍ବଭଳି ଲାଗୁ ନାହାନ୍ତି ବୋଲି ଭନ କହିଛନ୍ତି । ବିସିସିଆଇ ମଧ୍ୟ କୋଚ ଗୌତମ ଗମ୍ଭୀର ଏବଂ ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ଉପରେ ତୀକ୍ଷଶ ନଜର ରଖିଛି । ଯଦି ଏହି ଗସ୍ତରେ ସେମାନେ ବିଫଳ ହୁଅନ୍ତି ତେବେ କ୍ୟାରିୟର ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed.