ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ଯୋଗଦେବା ପୂର୍ବରୁ କ୍ରିୟା ଯୋଗ ଆଶ୍ରମ ପରିସରରେ ଥିବା ଗୋଶାଳା ପରିଦର୍ଶନ କରିବା ସହ ଗୋ ପୂଜନ କରିଛନ୍ତ। ପରେ ଗୋ ନବରାତ୍ର ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ବାଲିଘାଇ ସ୍ଥିତ କ୍ରୀୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଠାରୁ ଅଁଳାନବମୀ ପର୍ଯ୍ୟନ୍ତ ଏହି ମହୋତ୍ସବର ଆୟୋଜନ କରାଯାଇଛି। ଏଥିରେ ଭାରତ ସମେତ ବିଦେଶର ଗୋ ରକ୍ଷକ,,ଗୋ ବିଜ୍ଞାନୀ ଓ ଗୋ ସେବକ ମାନେ ଯୋଗଦେଇଥିଲେ। ବିଶେଷ କରି ଗୋ ବଂଶର ସୁରକ୍ଷା,, ଗୋମାତାଙ୍କ ବୈଶିଷ୍ଟ୍ୟ ଓ ବୈଞ୍ୟାନିକ ଦୃଷ୍ଟିକୋଣରୁ ଗୋ ମାତାଙ୍କର ଆବଶ୍ୟକତା ସମ୍ପର୍କରେ ଏହି ମହୋତ୍ସବରେ ଆଲୋଚନା କରାଯାଇଥିଲା। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗୋ ସୁରକ୍ଷା,, ଗୋ ବଂଶ ବୃଦ୍ଧି ଓ ଗୋପାଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଜଗନ୍ନାଥଙ୍କ ଭୂମିରେ ଏଭଳି କାର୍ଯ୍ୟକ୍ରମ ମହାପ୍ରଭୁଙ୍କ ଆଦେଶ ବୋଲି କହିଲେ ମୁଖ୍ୟମନ୍ତ୍ରୀ।
ଗୋବଂଶ ପ୍ରସଙ୍ଗରେ ଧାର୍ମିକ ଭାବନା ସହ ଅର୍ଥନୈତିକ ପ୍ରାସଙ୍ଗିକତା ରହିଛି। ପର୍ଯ୍ୟାପ୍ତ ଦୁଗ୍ଧ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବ। ପୂର୍ବ ସରକାର ସମୟରେ ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉନଥିଲା। ଗୋପାଳନ ପାଇଁ ଚଳିତ ବଜେଟରେ କାମଧେନୁ ଯୋଜନାରେ ଗତ ବଜେଟ୍ ର 30 ଗୁଣ ଅର୍ଥାତ 2000 କୋଟି ଟଙ୍କା ଘୋଷଣା ହୋଇଛି। ଦେଶୀ ଗାଇ ପାଳନ ଉପରେ ଆମ ସରକାର ପ୍ରାଧାନ୍ୟ ଦେବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଯଥା କୃତ୍ରିମ ପ୍ରଜନନ, ଟିକାକରଣ ବ୍ୟବସ୍ଥା ହୋଇଛି। ତେବେ ପୁରୀ ଶ୍ରୀମନ୍ଦିରରେ ଓମଫେଡ୍ ବ୍ୟବହାର ପ୍ରସଙ୍ଗ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମାସକୁ 6ଟନ୍ ରୁ ଅଧିକ ଓମଫେଡ୍ ଆବଶ୍ୟକ ହୋଇଥାଏ ଶ୍ରୀମନ୍ଦିରରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷୀରର ଚାହିଦାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପଦକ୍ଷେପ ନେବେ। ରାଜ୍ୟରେ 100ଟି ଗୋଶାଳା କାର୍ଯ୍ୟକ୍ଷମ ଅଛି। ଆହୁରି ଅନେକ ଆଦର୍ଶ ଗୋଶାଳା ନିର୍ମାଣ ପାଇଁ ସରକାର ଚିନ୍ତା କରୁଛନ୍ତି। ବେଆଇନ ଗୋଚାଲାଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ରୋକିବା ପାଇଁ ସରକାର ପ୍ରତିଶୃତିବଦ୍ଧ। ଗୋସୁରକ୍ଷା ପାଇଁ ଆଇନ୍ ଅକାମୀ ହୋଇଛି। ଏଥିରେ ଶଂସୋଧନ ଆଣିବାର ଆବଶ୍ୟକତା ରହିଛି।
ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗୋ ସୁରକ୍ଷା ଉପରେ ନୂତନ ଆଇନ୍ ଆସିବ। ଦୋଷୀକୁ ଦଣ୍ଡ ସହ ଜେଲ୍ ହବ। ଦଣ୍ଡ ବ୍ୟବସ୍ଥାରେ 5ଟଙ୍କା ଫାଇନ୍ ବ୍ୟବସ୍ଥା ଅଛି। ଏହାକୁ ଶଂସୋଧନ କରି 50 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଫାଇନ୍ ହବ ସେନେଇ ଚିନ୍ତା କରାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗୋଟିଏ ଗାଇକୁ ଏକବର୍ଷର ଗୋଖାଦ୍ୟ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି। କ୍ରୀୟାଯୋଗ ଆଶ୍ରମ ପରିସରରେ ଥିବା ଗୁରୁ ଗୋବିନ୍ଦ ଗୋଶାଳାରେ ଥିବା ଗୋଟିଏ ଗାଇକୁ ଏକବର୍ଷର ଗୋଖାଦ୍ୟ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋଚର ଜମି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ କଡା ପ୍ରତିକ୍ରିୟା ରଖିଛନ୍ତି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ଜବରଦଖଲ କରିଛନ୍ତି ଓ ଆମ ସରକାର ଗୋଚର ଭୂମିକୁ ଜବରଦଖଲ ମୁକ୍ତ କରାଇ ଗୋଶାଳା ନିର୍ମାଣ କରିବ। ଅନ୍ୟପଟେ ପ୍ରତି ଗାଁରେ ଭାଗବତ ଟୁଙ୍ଗୀ ହେବାସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତି ଗାଁରେ ଭାଗବତ ଟୁଙ୍ଗୀ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.