ନୂଆଦିଲ୍ଲୀ: ଆମେରିକାର 47ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ l ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ l ଏଥି ସହିତ, ଦ୍ଵିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ନିଜ ହାତକୁ ନେଇଛନ୍ତି ଟ୍ରମ୍ପ l ଆରମ୍ଭରୁ ହିଁ ହ୍ୱାଇଟ ହାଉସ ସବୁବେଳେ ଚର୍ଚ୍ଚାରେ ରହିଆସିଛି l କୁହାଯାଏ ଯେ ହ୍ୱାଇଟ ହାଉସକୁ ନେଇ ଅନେକ ଭୁତ କାହାଣୀ ମଧ୍ୟ ରହିଛି l ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏହି ହ୍ୱାଇଟ ହାଉସକୁ ଅନେକ ରାଷ୍ଟ୍ରପତି ଆସିଛନ୍ତି ଏବଂ ନିଜ ସହ ଅନେକ ଭିନ୍ନ ଭିନ୍ନ ଅଭିଜ୍ଞତା ମଧ୍ୟ ନେଇ ଯାଇଛନ୍ତି l କୁହାଯାଉଛି ଯେ ହ୍ୱାଇଟ ହାଉସ ଏକ ଭୁତ ମହଲ l ଅନେକ ସମୟରେ ଏଠାରୁ ଅଦ୍ଭୁତ ଏବଂ ଭୟାନକ ଶବ୍ଦ ଶୁଣିବାକୁ ମିଳେ l
ନିର୍ବାଚନ ଫଳାଫଳ ବାହାରିବା ଦିନ ଠାରୁ ହ୍ୱାଇଟ ହାଉସ ଚର୍ଚ୍ଚାରେ l ରିପୋର୍ଟ ଅନୁଯାୟୀ, ହ୍ୱାଇଟ ହାଉସରୁ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି l କୁହାଯାଉଛି ଯେ, ଦେଶର ତୃତୀୟ ରାଷ୍ଟ୍ରପତି ଥୋମାସ ଜେଫର୍ସନ ସହିତ ଏହି ହ୍ୱାଇଟ ହାଉସରେ ଭୟାନକ ଦୁର୍ଘଟଣା ଘଟିଥିଲା l ତେବେ ହ୍ୱାଇଟ ହାଉସର ପ୍ରତିଷ୍ଠାତା ହେଉଛନ୍ତି ଥୋମାସ ଜେଫର୍ସନ। 1946 ମସିହାରେ ରାଷ୍ଟ୍ରପତି ହ୍ୟାରି ଏସ ଟ୍ରୁମାନ ତାଙ୍କ ପତ୍ନୀଙ୍କୁ ଏକ ଚିଠି ଲେଖିଥିଲେ, ଆଜି ମଧ୍ୟ ଏହି ଚିଠି ହ୍ୱାଇଟ ହାଉସର ଲାଇବ୍ରେରୀ ଏବଂ ସଂଗ୍ରହାଳୟରେ ଅଛି। ଏହି ଚିଠିରେ ଲେଖାଥିଲା, “ମୁଁ ଭୟଭୀତ ହୋଇଗଲି, ତା’ପରେ ମୁଁ ମୋର ପୋଷାକ ପିନ୍ଧି କବାଟ ପାଖ ଯାଇ ସେଠାରେ ଦେଖିଲା ବେଳକୁ ସେଠାରେ କେହି ନଥିଲେ l ତାପରେ ମୁଁ ପ୍ରତ୍ୟେକ କୋଠରୀ ଏପରିକି ଆପଣଙ୍କ କୋଠରୀକୁ ଯାଇ ମଧ୍ୟ ଦେଖିଲି l ସେଠାରେ ମଧ୍ୟ କେହି ନଥିଲେ l କିନ୍ତୁ ଯେତେବେଳେ କବାଟ ବନ୍ଦ କରି ନିଜ କୋଠରୀକୁ ଯାଉଥିଲି ସେତେବେଳେ ତୁମ କୋଠରୀକୁ ଯାଉଥିବା ରାସ୍ତାରେ ପାଦଚିହ୍ନ ଦେଖିବାକୁ ପାଇଲି l ଦେଖିଲାବେଳକୁ କବାଟ ଖୋଲାହେଇଥିଲା l ମୁଁ ପୁଣି ଯାଇ ଦେଖିଲି, ସେତେବେଳେ ବି କୋଠରୀରେ କେହି ନଥିଲେ l ଏକ ଘଣ୍ଟା ପର୍ଯ୍ୟନ୍ତ ମୁଁ ଅପେକ୍ଷା କଲି l କିନ୍ତୁ କୌଣସି ସିକ୍ୟୁରିଟି ବି ଆସିଲେନି l ତୁମେ ଜଲ୍ଦି ଆସ ଏବଂ ମୋତେ ଏଠାରୁ ଉଦ୍ଧାର କର l”
ସେପଟେ ଆଉ ଏକ ରିପୋର୍ଟ ଅନୁସାରେ କୁହାଯାଉଛି ଯେ ହ୍ୱାଇଟ ହାଉସରେ ଆମେରିକାର 16ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଆତ୍ମା ବୁଲୁଛି l ତେବେ କହିରଖୁଛୁ ଯେ 1865 ମସିହାରେ ଆମେରିକାର 16ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ହତ୍ୟା କରାଯାଇଥିଲା l କିଛି ଲୋକ ଦାବି କରନ୍ତି ଯେ ହ୍ୱାଇଟ ହାଉସର ୟେଲୋ ଓବଲ ରୁମ ଏବଂ ଲିଙ୍କନଙ୍କ ବେଡ୍ରୁମରେ ଆଜି ବି ତାଙ୍କର ଆତ୍ମା ବୁଲୁଛି l
ସେପଟେ ହ୍ୱାଇଟ ହାଉସର ଷ୍ଟାଫଙ୍କ କହିବା ଅନୁସାରେ, ସେମାନେ ଅନେକ ଥର ଆମେରିକାର ଦ୍ୱିତୀୟ ଲେଡି ଅବୀଗେଲ ଏଡମସଙ୍କ ଆତ୍ମା ଏଠାରେ ବୁଲୁଥିବାର ଦେଖିଛନ୍ତି। କର୍ମଚାରୀମାନେ କହିଛନ୍ତି ଯେ, ଆଡାମସ୍ ପୂର୍ବପଟ ରୁମରେ ସୁଗନ୍ଧିତ ପୋଷାକ ପିନ୍ଧି କେହି ବୁଲୁଥିବାର ଦେଖିଛନ୍ତି l ସେହିପରି 2018 ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଝିଅ ଜେନା ଏବଂ ବାର୍ବାରା ଏକ ସୋରେ କରିଥିଲେ ଯେ ସେମାନେ 1920 ରେ ଲିଙ୍କନଙ୍କ ରୁମରୁ ପିଆନୋ ସଙ୍ଗୀତର ଶବ୍ଦ ଶୁଣିଥିଲେ। ତେବେ ଏହି ସବୁ କଥା କେତେ ସତ କେତେ ମିଛ ସେନେଇ କୌଣସି ସଠିକ ସୂଚନା ମିଳିନାହିଁ l ତଥାପି ଲୋକଙ୍କ କହିବା ଅନୁସାରେ ହ୍ୱାଇଟ ହାଉସ ଏକ ଭୁତ ବଙ୍ଗଳା l