Latest Odisha News

ମହାକୁମ୍ଭରେ ଅଣ ହିନ୍ଦୁଙ୍କୁ ଦୋକାନ ନଦେବା ପାଇଁ ଉଠୁଛି ଦାବି 

ପ୍ରୟାଗରାଜ: ପ୍ରୟାଗରାଜରେ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହା ପୂର୍ବରୁ ଅଖିଳ ଭାରତୀୟ ଆଖଡା ପରିଷଦ କୁମ୍ଭ ମେଳାରେ ମୁସଲମାନମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି। କୁମ୍ଭ ମେଳା ଆୟୋଜିତ ସ୍ଥାନରେ କେବଳ ସନାତନୀ କର୍ମଚାରୀ ଏବଂ ଅଧିକାରୀଙ୍କ ଉପରେ ଡ୍ୟୁଟି ଲାଗୁ କରିବାକୁ ଦାବି କରିଛି।

ମହନ୍ତ ରବୀନ୍ଦ୍ର ପୁରୀ ହରିଦ୍ୱାରରେ କହିଥିଲେ ଯେ ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ବିଶ୍ୱାସକୁ ଭାଙ୍ଗିବା ଉଚିତ୍ ନୁହେଁ, ସେମାନଙ୍କର ବିଶ୍ୱାସ ପ୍ରଭାବିତ ହେବା ଉଚିତ୍ ନୁହେଁ। ତେଣୁ କେବଳ ହିନ୍ଦୁମାନଙ୍କୁ ଏହି ମେଳାରେ ଖାଦ୍ୟ ଦୋକାନ ଚଳାଇବାକୁ ଅନୁମତି ଦିଆଯିବା ଉଚିତ୍। ସେ ଆହୁରି ମଧ୍ଯ କହିଛନ୍ତି ଯେ ଅଣ ସନାତନୀମାନଙ୍କୁ ଖାଦ୍ୟ ଦୋକାନ ଚଳାଇବାକୁ ବାରଣ କରାଯିବା ଉଚିତ୍।

ଜାମିଆତ୍ ଉଲେମା-ଏ-ହିନ୍ଦ ଏବଂ ସମାଜବାଦୀ ପାର୍ଟି ସାଂସଦ ଜିଆର୍ ରେହମାନ ବୁର୍କ ଏହି ଦାବିକୁ ସାମ୍ପ୍ରଦାୟିକ ଆଧାରରେ ଭେଦଭାବ ବୋଲି ବର୍ଣ୍ଣନା କରିଛନ୍ତି।

ତେବେ କୁମ୍ଭମେଳା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବେଳେ ଫେବୃଆରୀ ୨୬ରେ ଉଦଯାପିତ ହେବ।

Comments are closed.