Latest Odisha News

ଅପରାଧୀକୁ ହିରୋ କରି ଅଡୁଆରେ ଫ୍ଲିପକାର୍ଟ, ମାମଲା ରୁଜୁ 

ମୁମ୍ବାଇ: କାହା ପାଇଁ ଅପରାଧୀ ତ କାହା ପାଇଁ ହିରୋ l କୁଖ୍ୟାତ ଅପରାଧୀଙ୍କୁ ଲରେନ୍ସ ବିଷ୍ଣୋଇ ଓ ଦାଉଦକୁ ହିରୋ ସଜେଇ ଏବେ ଅଡୁଆରେ ଲୋକପ୍ରିୟ ଅନଲାଇନ୍ ସପିଂ ଆପ୍ ଫ୍ଲିପକାର୍ଟ l କେବଳ ଫ୍ଲିପକାର୍ଟ ନୁହେଁ ଅଲି ଏକ୍ସପ୍ରେସ୍, ଟିଶପର ଏବଂ ଇଟସି ପରି ଇ-କମର୍ସ ୱେବସାଇଟ ବି ଏବେ ଅଡୁଆରେ l ଏଭଳି କୁଖ୍ୟାତ ଅପରାଧୀଙ୍କୁ ହିରୋ ସଜେଇ ଫଟୋ ଥିବା ଟି-ଶାର୍ଟ ବିକ୍ରି କରୁଛନ୍ତି ଏହି ଅନଲାଇନ୍ ସପିଂ ପ୍ଲାଟଫର୍ମ l ଯାହାକୁ ନେଇ ମାମଲା ରୁଜୁ କରିଛି ମହାରାଷ୍ଟ୍ର ପୋଲିସର ସାଇବର ସେଲ l

ମହାରାଷ୍ଟ୍ର ପୋଲିସର ସାଇବର ସେଲ କହିଛି ଯେ, ସମ୍ପୃକ୍ତ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ପକ୍ଷରୁ ବିଭିନ୍ନ ଗ୍ୟାଙ୍ଗଷ୍ଟର ଏବଂ ଆପରାଧିକ ଗତିବିଧିରେ ଲିପ୍ତ ଥିବା ଲୋକଙ୍କୁ୍‌ ଗ୍ଲାମରାଇଜ୍‌ ଏବଂ ପ୍ରମୋଟ୍‌ କରାଯାଉଛି l ଯୁବପିଢ଼ିଙ୍କ ଆଗରେ ଏମାନଙ୍କୁ ହିରୋ କରାଯାଉଛି l ଏପରି ଆପରାଧିକ ଜଗତ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଫଟୋ ଥିବା ଟି-ଶାର୍ଟ ବିକ୍ରି ହେବା ଦ୍ୱାରା ସମାଜରେ ଏବଂ ଯୁବକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି l ଏହି ଟ୍ରେଣ୍ଡ ଯିବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ସମାଜ ପାଇଁ ବଡ଼ ବିପଦ ମଧ୍ୟ ଆଣିପାରେ। ସେଥିପାଇଁ ଏହି ପ୍ଲାଟଫର୍ମ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ବିଭାଗ ଅଧିନରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପଟେ ଏହି ଇ-କମର୍ସ ୱେବସାଇଟ୍ ଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି ଆପତ୍ତିଜନକ ସାମଗ୍ରୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ଦେଇଛି ମହାରାଷ୍ଟ୍ର ପୋଲିସର ସାଇବର ସେଲ l

Comments are closed.