Latest Odisha News

BREAKING NEWS

ଟ୍ରେନରେ ନିଜପାଇଁ ତିଆରି କରିଦେଲେ ଖଟିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆମ ଦେଶରେ ଭ୍ରମଣ କରିବାର ସବୁଠାରୁ ଲୋକପ୍ରିୟ ମାଧ୍ୟମ ହେଉଛି ବସ୍ କିମ୍ବା ଟ୍ରେନ୍। ତେବେ ଏଥିରେ ସବୁବେଳେ ଭିଡ ଲାଗିରହିଥାଏ। ପର୍ବପର୍ବାଣିରେ ଘରକୁ ଯିବାପାଇଁ କୌଣସି ପ୍ରକାରେ ବସ୍ ରେ ଟିକେଟ ମିଳିଯାଏ କିନ୍ତୁ ଟ୍ରେନ୍ ପାଇଁ ମାସକ ପୂର୍ବରୁ ରିଜର୍ଭ କରିବାକୁ ପଡିଥାଏ। ତା’ ପରେ ମଧ୍ୟ ସିଟ୍ ମିଳିବ କି ନାହିଁ ସେନେଇ ଅନିଶ୍ଚିତତା ଲାଗି ରହିଥାଏ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯାତ୍ରୀ ଦୁଇଟି ଉପର ବର୍ଥ ମଧ୍ୟରେ ଥିବା ଜାଗାରେ ନିଜ ପାଇଁ ଏକ ଖଟ ତିଆରି କରୁଛନ୍ତି। ସେ ବର୍ଥର ଶେଷରେ ଥିବା ଲୁହା ସାହାଯ୍ୟରେ ଦଉଡି ବାନ୍ଧି ଏକ ସିଟ୍ ପ୍ରସ୍ତୁତ କରୁଛନ୍ତି। ଯାହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

ତେବେ ଆଗରୁ ଆପଣ ହୁଏତ ଦେଖିଥିବେ ଲୋକମାନେ ଚାଦର କିମ୍ବା ଗାମୁଛା ବାନ୍ଧି ଟ୍ରେନରେ ନିଜ ପାଇଁ ଅତିରିକ୍ତ ସିଟର ବ୍ୟବସ୍ଥା କରିଥାନ୍ତି, କିନ୍ତୁ ଏହିଭଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ନୂଆ ଅଟେ।

 

Comments are closed.