ପୁରୀ: ପୁରୀର କ୍ରୀୟାଯୋଗ ଆଶ୍ରମରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏହି ଅବସରରେ ଆଇନମନ୍ତ୍ରୀ କହିଛନ୍ତି ଯେ, ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ । ଏଭଳି କହି ଗୋ ମାଫିଆ ଓ ଗୋ ଚାଲାଣକାରୀ ମାନଙ୍କୁ ସତର୍କ ଓ ସାବଧାନ କରାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ସପ୍ତମ ସଂଧ୍ୟାରେ ଯୋଗଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ଓଡିଶାରେ ଗୋଚାଲାଣ ଓ ଗୋହତ୍ୟା ନିଷେଧ ହେବାସହ ଗୋମାତାଙ୍କୁ ଅସମ୍ମାନ କରାଯିବ ନାହିଁ କି ଗୋମାତାଙ୍କ ମାଟିରେ ରକ୍ତରଞ୍ଜିତ ହେବନାହିଁ । ଆଇନର ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବାକୁ ଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧରେ ଆଇନ୍ ଆସିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
Comments are closed.