Latest Odisha News

BREAKING NEWS

ଲମ୍ବା ଛୁଟି ପରେ ଅଫିସରେ ମନ ଲାଗୁନି କି? ଆପଣାନ୍ତୁ ଏହି ଉପାୟ….

ଭୁବନେଶ୍ବର: ଅନେକ ସମୟରେ ଆମେ ଲମ୍ବା ଛୁଟିରୁ ଆସିବା ପରେ କାମ ଉପରେ ଫୋକସ୍ କମିଯାଏ । କିମ୍ବା ସାପ୍ତାହିକ ଛୁଟି ପରେ ମଧ୍ୟ ପୁଣି ସକାଳୁ ଉଠି ଅଫିସ୍ ଯିବାକୁ ଇଚ୍ଛା ହୁଏ ନାହିଁ । ଶରୀରରେ ଥକାପଣ ଅନୁଭବ ହେବା ସହିତ ବଡ ଅଳସୁଆ ଲାଗେ । ପୁଣି ଉଠିକି ଯିବାକୁ ପଡେ । ହେଲେ ଦିନ ସାରା କାମରେ ଅନିୟମିତତା ଅନୁଭବ ହୋଇଥାଏ । ଏଥିସହିତ ପ୍ରଡକ୍ଟିଭିଟି ମଧ୍ୟ କମିଯାଇଥାଏ । ଏପରି ସ୍ଥଳରେ ଆପଣଙ୍କୁ ଲମ୍ବା ଛୁଟି, ଘରୁ ଆସିବା କିମ୍ବା ଓ୍ବିକ୍ଏଣ୍ଡ ପରେ କିଛି ଏମିତି କରିବା ଉଚିତ୍ ଯାହା ଆପଣଙ୍କ ଶରୀରକୁ ଫୁର୍ତ୍ତି ରଖିବା ସହିତ ପ୍ରଡକ୍ଟିଭିଟି ମଧ୍ୟ ବୃଦ୍ଧି କରାଇବ। ଏଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇବା ପରେ ଥକାପଣ ଚୁଟକିରେ ଗାୟବ ହେବ ଏବଂ କାମରେ ଅଧିକ ଫୋକସ୍ ବଢିବ ।

ତେବେ ଯଦି ଆପଣ ଲମ୍ବା ଛୁଟି ନେଇ ଘରୁ ରହିକି ଆସିଛନ୍ତି, ତାହାଲେ ସେଦିନ କିଛି ଅଧିକ କାମ ନକରି ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ । ଆଉ ତା ପରଦିନ ସକାଳୁ ଶୀଘ୍ର ଉଠି ନିଜ ସହ କିଛି ସମୟ ବିତାନ୍ତୁ, କିଛି ସମୟ ପାଇଁ ଯୋଗ କିମ୍ବା ଧ୍ୟାନ କରନ୍ତୁ । କାରଣ ଅଫିସ୍ ଯିବା ପୂର୍ବରୁ ଆମ ପାଖରେ ସମୟ ଯେତେ ଅଧିକା ରହିବ, ଆମେ ଆମର ମନ ପସନ୍ଦର କାମ କରି ଅଫିସକୁ ଗଲେ ଏତେ ଆଉ ଥକା ପଣ ଅନୁଭବ ହୁଏ ନାହିଁ ।

ଲମ୍ବା ଛୁଟିରୁ ଫେରିବା ପରେ ନିଜର ଗୋଟେ ଟୁ ଡୁ ଲିଷ୍ଟ ପ୍ରସ୍ତୁତ କରନ୍ତୁ । ଛୁଟିରୁ ଫେରିବା ପରେ ଆପଣ କ’ଣ କ’ଣ କାମ କରିବାକୁ ଚାହୁଛନ୍ତି ତାକୁ ଏକ କାଗଜରେ ଲେଖନ୍ତୁ । ଏହାଦ୍ବାରା ଆପଣଙ୍କ ମସ୍ତିସ୍କ ସେହିସବୁ କାମ ପାଇଁ ପ୍ରସ୍ତୁତ ରହିବ ଯେ ଆପଣଙ୍କୁ କ’ଣ କ’ଣ କରିବାର ଅଛି ।

ଏଥିସହିତ ଲମ୍ବା ଛୁଟି ପରେ ସକାଳୁ ଉଠି ନିତ୍ୟକ୍ରମ ସାରି କିଛି ମଜେଦାର ଆଉ ସୁସ୍ଥ ଜଳଖିଆ ଖାଆନ୍ତୁ । ସକାଳେ ଜଳଖିଆ କରିବା ଦ୍ବାରା ଏହା ଆମ ଶରୀରକୁ ଏନରଜେଟିକ୍ ରଖିଥାଏ । ଏଥିସହିତ ଶରୀରକୁ ଯଦି ଠିକ୍ ପୋଷକ ମିଳେ ତାହାଲେ ଏହା ଆମକୁ ମାନସିକ ଏବଂ ଶାରୀରିକ ସ୍ତରରେ ମଧ୍ୟ ଅଧିକ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ ।

Comments are closed.