Latest Odisha News

BREAKING NEWS

ଏନଏସି ଅଫିସ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେଡ଼ି କର୍ମୀ

ନୂଆପଡ଼ା: ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ। କିଛି ବିଜେଡ଼ି କର୍ମୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି  ନୂଆପଡ଼ା ଜିଲ୍ଲାରେ।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ସମୟରେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍‌ରେ ଥିବା ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ସହିତ କୌଣସି ବିଷୟକୁ ନେଇ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜଣେ  ବିଜେଡି କର୍ମୀ ହଠାତ୍‌ ରାଗି ଯାଇ ଶ୍ରୀ ରଥଙ୍କ ଟେବୁଲ୍‌ ଉପରେ ଥିବା କାଗଜପତ୍ରକୁ ଫିଙ୍ଗାଫିଙ୍ଗି କରିଥିଲେ। ସେହିପରି ଅନ୍ୟ କର୍ମୀମାନେ ମଧ୍ୟ ଅଫିସ୍‌ରେ ଥିବା ଫାଇଲ୍‌ ଓ ଚେୟାର ଆଦି ଫିଙ୍ଗିବା ସହ ଗାଳି ଗୁଲଜ କରିଥିବା ଜାଣିବାକୁ ମିଳିଛି।

ପରେ ସେମାନେ ଶ୍ରୀ ରଥଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଏ ସବୁ ଘଟଣା ଜୟ ଢୋଲକିଆଙ୍କ ଉପସ୍ଥିତିରେ ଘଟୁଥିବା ବେଳେ ସେ ନିଜ କର୍ମୀଙ୍କୁ ଅଟକାଇ ନଥିଲେ। ଏହାପରେ କାର୍ଯ୍ୟାଳୟର  ଅନ୍ୟ କର୍ମଚାରୀମାନେ ଉତ୍ୟକ୍ତ ଲୋକମାନଙ୍କୁ ଅଟକାଇଥିଲେ। କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ଜଣାପଡ଼ି ନାହିଁ।

 

Comments are closed.