Latest Odisha News

ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା: ଶରୀରରେ ପିଟିଲେ କଣ୍ଟା, ଆଉ ତାପରେ…

ଇମ୍ଫାଲ: ମଣିପୁରରେ ଥମୁନି ହିଂସା। ଉଗ୍ରବାଦୀମାନେ ନିରିହଙ୍କୁ ଦେଇଚାଲିଛନ୍ତି ନିର୍ଯାତନା। ନିକଟରେ ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ୩୧ ବର୍ଷୀୟ ଆଦିବାସୀ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ନଭେମ୍ବର ୭ ତାରିଖରେ ଘଟିଥିଲା। ତେବେ ଉକ୍ତ ଆଦିବାସୀ ମହିଳାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯିବା ପରେ ତାଙ୍କୁ ପୋଡି ଦିଆଯାଇଥିଲା। ମହିଳାଙ୍କ ଶରୀର ୯୯ ପ୍ରତିଶତ ଜଳିଯାଇଛି। ମହିଳାଙ୍କୁ ଏତେ ପରିମାଣରେ ନିର୍ଯାତନା ଦିଆଯାଉଥିଲା ଯେ ଏହା ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ଜୀବନ୍ତ ମହିଳାଙ୍କ ଶରୀରରେ କଣ୍ଟା ପିଟିବା ସହ ଜଳାଇବା ସମୟରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଛି। ମହିଳା ଜଣକ ଜନ୍ତ୍ରଣାରେ ଚିତ୍କାର କରିବା ସତ୍ତ୍ୱେ ଉଗ୍ରବାଦୀମାନେ ତାଙ୍କୁ ନିର୍ଯାତନା ଦେଇଚାଲିଥିଲେ। ଆସାମର ସିଲଚର ମେଡିକାଲ କଲେଜରେ ମହିଳାଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ନଭେମ୍ବର ୭ରେ ତିନି ପିଲାଙ୍କ ୩୧ ବର୍ଷୀୟ ମା’ଙ୍କ ସହ ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ହିଂସା ଆହୁରି ବୃଦ୍ଧି ପାଇଛି। ସେହି ରାତିରେ ଜୈରାବନରେ ୧୭ଟି ଘରେ ଲୁଟପାଟ ପରେ ଅପରାଧୀ ମାନେ ଘର ଗୁଡିକରେ ନିଆଁ ଲଗାଇ ଦେଇଛନ୍ତି ।

ମେଡିକାଲ କଲେଜ ଏବଂ ହସ୍ପିଟାଲ ଦ୍ୱାରା କରାଯାଇଥିବା ପୋଷ୍ଟମର୍ଟମ ଅନୁଯାୟୀ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ମହିଳାଙ୍କ ଶରୀରର ଅନେକ ଅଙ୍ଗ ନିଖୋଜ ଥିବା ଜଣାପଡିଛି। ରାସାୟନିକ ବିଶ୍ଳେଷଣ ପାଇଁ ସିମନ ସଂଗ୍ରହ କରାଯାଇପାରି ନାହିଁ। ମହିଳାଙ୍କ ଡାହାଣ ଭାଗ ଅଙ୍ଗ ଓ ଚେହେରାର ସରଞ୍ଚନା ହି ଗାଏବ ହୋଇଯାଇଛି। ଡାହାଣ ଜଙ୍ଘର ପଛପଟେ ବଡ କ୍ଷତ ଓ ବାମ ଜଙ୍ଘରେ କଣ୍ଟା ପିଟାଯାଇଥିବା ଉଲ୍ଲେଖ ଅଛି। ମହିଳାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର ବେଳେ ତାଙ୍କ ସ୍ବାମୀ ଓ ତିନି ପିଲା କେଉଁଠି ଥିଲେ ତାହା ଜଣାପଡିନାହିଁ। ମହିଳାଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିଲା। ଏହି କାରଣରୁ ତାଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ଥିଲା। ମହିଳାଙ୍କ ପରିବାର ସଦସ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ନିର୍ଦ୍ଦୟ ହତ୍ୟାକାଣ୍ଡର ଖବର ଆସିବା ପରେ ସମସ୍ତେସ ସ୍ତବ୍ଧ ହୋଇଯାଇଛନ୍ତି।

ଉଗ୍ରବାଦୀମାନେ ମହିଳାଙ୍କୁ ନିର୍ଯାତନା କରିବା ପାଇଁ ସମସ୍ତ ସୀମା ଟପିଯାଇଥିଲେ। ମହିଳାଙ୍କ ଉପରେ ଥାର୍ଡ ଡିଗ୍ରୀ ଅତ୍ୟାଚାର ମଧ୍ୟ କରାଯାଇଛି। ଶେଷରେ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା। ଜିରିବମ୍ ଏକ ହିଂସା ପ୍ରଭାବିତ ଅଞ୍ଚଳ। ମହିଳାଙ୍କ ହତ୍ୟା ପରେ ସଶସ୍ତ୍ର ଅନୁପ୍ରବେଶକାରୀମାନେ ମଧ୍ୟ ତାଙ୍କ ଘର ପୋଡି ଦେଇଛନ୍ତି। ମହିଳାଙ୍କ ମୃତଦେହ ତାଙ୍କ ଘରେ ମିଳିଥିଲା। ହତ୍ୟା କରାଯାଇଥିବା ଆଦିବାସୀ ମହିଳାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଦାୟୀ କିଏ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରଜାୱଲ ଓ ଜିରିବାମର ସ୍ବଦେଶୀ ଜନଜାତି ସମିତି ଜୁଡବାଁ ଆଦିବାସୀ ପ୍ରଧାନ ଜିଲ୍ଲା କୁକୁ-ଜୋମି-ହମାର ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.