Latest Odisha News

BREAKING NEWS

ବିବାହରେ ଝଗଡ଼ା ହେବାରୁ କାର ଚଢାଇ ଦେଲେ ଯୁବକ, ୯ ଆହତ

ଜୟପୁର: ରାଜସ୍ଥାନର ଡାଉସା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ବରର ଭାଇଙ୍କ ସହ ବିବାଦ ପରେ ଜଣେ ଯୁବକ ଅନ୍ୟ ଲୋକଙ୍କ ଉପରେ କାର ଚଢାଇ ଦେଇଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି।

ତେବେ ରବିବାର ରାତିରେ ଲଡପୁରା ଗ୍ରାମରେ ଏହି ଅଘଟଣ ଘଟିଥିବା ଜଣାପଡିଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଅଭିଯୁକ୍ତ ଜଣକ ବରଯାତ୍ରୀରେ ଆସିଥିବା ବେଳେ ବାଣ ଫୁଟାଉଥିଲେ। ଏହି ସମୟ ମଧ୍ୟରେ କୌଣସି କାରଣବଶତଃ କନ୍ଯାର ଭାଇ ସହିତ ତାଙ୍କର ଝଗଡା ହୋଇଥିଲା। ଝଗଡା ଏତେ ବଢିଯାଇଥିଲା ଯେ ଅଭିଯୁକ୍ତ ଜଣକ ତାଙ୍କ କାରରେ କନ୍ଯା ପକ୍ଷ ଉପରେ ଗାଡି ଚଢାଇ ଦେଇଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜୟପୁରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବେଳେ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ ଚାଲିଛି।

Comments are closed.