ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ନିଲାମୀରେ ରିଷଭ ପନ୍ତଙ୍କୁ ରିଟେନ କରି ନାହିଁ । ପନ୍ତ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବା ସହ ଅଧିକ ଦିନ ଧରି ଟିମ ସହିତ ଜଡିତ ଥିଲେ । ଏବେ ପନ୍ତ କାହିଁକି ଦଳ ଛାଡିଲେ ସେ ସମ୍ପର୍କରେ ଏବେ ମୁହଁ ଖୋଲିଛନ୍ତି । ସୁନୀଲ ଗାଭାସ୍କର ଅର୍ଥ ନେଇ ବିବାଦ ଉପୁଜିଥିବା କହିଥିଲେ । ପନ୍ତ ରିଟେନଶନରେ ଏକ ନମ୍ବର ସ୍ଥାନରେ ରହିବାକୁ ଚାହୁଁଥିଲେ । ଫ୍ରାଂଚାଇଜର ରାଜି ନ ହେବାରୁ ସେ ଓହରି ଯାଇଥିଲେ । ଏବେ ପନ୍ତ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଅର୍ଥ ନେଇ କୌଣସି ପ୍ରକାରର ବିବାଦ ଉପୁଜି ନାହିଁ । ପ୍ରକୃତ କାରଣ ଖୁବ ଶୀଘ୍ର ଆପଣମାନେ ଜାଣିପାରିବେ ବୋଲି କହିଛନ୍ତି ।
ଆଇପିଏଲ ୨୦୧୬ରୁ ପନ୍ତ ଦିଲ୍ଲୀ ଟିମ ସହିତ ଜଡିତ ଅଛନ୍ତି । ଏପରିକି ସେ ଆଇପିଏଲ ପଦାର୍ପଣ ଏହି ଟିମ ପକ୍ଷରୁ କରିଥିଲେ । ୨୦୨୧ ପନ୍ତଙ୍କୁ ଦିଲ୍ଲୀ ଦଳର ଅଧିନାୟକ ନିଯୁକ୍ତ କରିଥିଲା । କାର ଦୁର୍ଘଟଣା ପରେ ପନ୍ତ ଗୋଟିଏ ସିଜନ ଖେଳିପାରି ନ ଥିଲେ । ସମ୍ପୂର୍ଣ୍ଣ ଭାବେ ଫିଟ ହେବା ପରେ ଦିଲ୍ଲୀ ଟିମ ପୂନର୍ବାର ତାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଥିଲା । ପନ୍ତ ଏବେ ଆଇପିଏଲ ୨୦୨୫ ମେଗା ନିଲାମୀରେ ସାମିଲ ହୋଇଛନ୍ତି ।