Latest Odisha News

BREAKING NEWS

ଇନଷ୍ଟାଗ୍ରାମ ଡାଉନ, ଲଗଇନ୍ କରିପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ। ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇନଷ୍ଟାଗ୍ରାମ ଜନିତ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

କେବଳ ଭାରତରେ ନୁହେଁ ଇନଷ୍ଟାଗ୍ରାମର ସେବା ବିଶ୍ୱର ଅନେକ ଦେଶରେ ପ୍ରଭାବିତ ହୋଇଛି। ଯଦିଓ ଅନେକ ୟୁଜର୍ସ ଏହି ଆପ୍ ବ୍ୟବହାର କରିପାରୁଛନ୍ତି।

ଆଉ କେତେକ ୟୁଜର୍ସ ଆପରେ ଲଗ୍ ଇନ୍ କରିବା ସହିତ ଫଟୋ ଏବଂ ଭିଡିଓ ଅପଲୋଡ୍ କରିବାରେ ମଧ୍ୟ ସମସ୍ୟା ଭୋଗିଛନ୍ତି।

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ଅନେକ ୟୁଜର୍ସ ଇନଷ୍ଟାଗ୍ରାମରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମେମ୍ ମଧ୍ଯ ଶେୟାର କରିଛନ୍ତି।

ତେବେ ଇନଷ୍ଟାଗ୍ରାମର ସର୍ଭରର ସମସ୍ୟା ସମ୍ପର୍କରେ ମେଟା ଦ୍ୱାରା କୌଣସି ବିବୃତ୍ତି ଜାରି କରାଯାଇନାହିଁ।

Comments are closed.