Latest Odisha News

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆ: ଡ୍ରାଭିଡଙ୍କ ଇନିଂସ ଶ୍ରେଷ୍ଠ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ଏକ ପୋଲ କରାଯାଇଛି । ଆଡିଲେଡରେ ୨୦୦୩ରେ ଖେଳାଯାଇଥିବା ଟେଷ୍ଟରେ ରାହୁଲ ଡ୍ରାଭିଡ ଇନିଂସକୁ ସର୍ବଶ୍ରେଷ୍ଠ ଘୋଷଣା କରାଯାଇଛି । ଏଥିରେ ଡ୍ରାଭିଡ ୨୩୩ ଓ ୭୨ ରନର ଇନିଂସ ଖେଳିଥିଲେ । ଓଭରାଲ ୧୬ଟି ବ୍ୟକ୍ତିଗତ ଇନିଂସକୁ ଶର୍ଟଲିଷ୍ଟ କରାଯାଇଥିଲା । ୨୦୨୧ରେ ଗାବାରେ ରିଷଭ ପନ୍ତ ଖେଳିଥିବା ୮୯ ରନର ଇନିଂସକୁ ଡ୍ରାଭିଡ ପଛରେ ପକାଇ ଦେଇଥିଲେ । ନଭେମ୍ବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଆଡିଲେଡରେ ଡ୍ରାଭିଡ ଓ ଭିଭିଏସ ଲକ୍ଷ୍ମଣଙ୍କ ପାର୍ଟନରଶିପ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ରିକି ପଂଟିଂଙ୍କ ୨୪୨ ରନ ସହାୟତାରେ ୫୫୬ ରନ କରିଥିଲା । ଭାରତ ୮୫ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ଡ୍ରାଭିଡ ୨୩୩ ଓ ଲକ୍ଷ୍ମଣ ୧୪୮ ରନ କରିବା ଯୋଗୁ ଭାରତ ୫୨୩ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୯୬ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତ ୨୩୦ ରନର ଟାର୍ଗେଟକୁ ହାସଲ କରି ନେଇଥିଲା । ଡ୍ରାଭିଡ ୭୨ ରନ କରିଥିଲେ । ସେହିପାରି ଗାବାରେ ପନ୍ତଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଥର ସିରିଜ ଜିତିଥିଲା । ସିଡନୀ ଟେଷ୍ଟରେ ସଚିନଙ୍କ ୨୪୧ ରନ, ମେଲବୋର୍ଣ୍ଣରେ ବୁମରାହଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଆଡିଲେଡ ବିରାଟ କୋହଲିଙ୍କ ଉଭୟ ଇନିଂସରେ ଶତକକୁ ଶର୍ଟ ଲିଷ୍ଟ କରାଯାଇଥିଲା ।

Leave A Reply

Your email address will not be published.