Latest Odisha News

BREAKING NEWS

ବନ୍ଧୁକ ଦେଖାଇ ଲୁଟିନେଲେ ୮ ଲକ୍ଷ ଟଙ୍କା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ ହୋଇଛି । କାର୍‌ କୁ ଅଟକାଇ ବାଇକ୍‌ ଆରୋହୀ ଲୁଟେରାମାନେ ଫାଙ୍କା ଗୁଳି ଚଳାଇ ୮ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ତେବେ ଜଣେ ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି ।

ଖବର ମୁତାବକ, ମିଲର କର୍ମଚାରୀ ଏକ କାର୍ ଯୋଗେ ଟଙ୍କା ନେଇ ଯାଉଥିବା ବେଳେ ହଠାତ ଏକ ପଲସର୍ ଗାଡ଼ିରେ ଲୁଟେରା ଆସି ଫାଙ୍କା ଗୁଳି ଚଳାଇଥିଲେ । ଏହା ପରେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ ।

ଖବରପାଇ ବାଣପୁର ଥାନା ଅଧିକାରୀ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.