Latest Odisha News

BREAKING NEWS

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ବୁଧବାରରୁ ଆରମ୍ଭ ହେବ ଧାନ କିଣା । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର। ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ । ସେମାନେ  କଟନୀ ଛଟନୀ, ଚାଷୀର ଉପଯୁକ୍ତ ପ୍ରାପ୍ୟ ଆଦିର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ସୂଚନା ଅନୁସାରେ, ଧାନ କ୍ରୟ ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ।  ଏହାପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରିବେ । ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ଵ ରହିଛି। ସେଠାରେ କେମିତି ସୁଚାରୁରୂପେ ଧାନ ବିକ୍ରି ହେବ, ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ।  ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଡିବିଟି ମାଧ୍ୟମରେ ଚାଷୀ କିପରି ୮୦୦ ଟଙ୍କା ପାଇବ, ସେ ସମ୍ପର୍କରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ ।

Leave A Reply

Your email address will not be published.