Latest Odisha News

BREAKING NEWS

ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ

ନୂଆଦିଲ୍ଲୀ: ଟେଲିକମ୍ ନିୟମରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥାନ୍ତି। ଏବେ ଟେଲିକମ୍ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ନାମ ଥିଲା ‘ରାଇଟ୍ ଅଫ୍ ୱେ’ (RoW) ନିୟମ । ପ୍ରତ୍ୟେକ ରାଜ୍ୟକୁ ଏହି ନିୟମକୁ ଲାଗୁ କରିବାକୁ କୁହାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ରାଜ୍ୟକୁ ଚାର୍ଜରେ ଛାଡ ମଧ୍ୟ ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ନୂତନ ନିୟମ ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଅପ୍ଟିକାଲ୍ ଫାଇବର ଏବଂ ଟେଲିକମ୍ ଟାୱାର ସ୍ଥାପନ କରିବାରେ ଏହାକୁ ବୁଷ୍ଟ କରାଯିବ । ଟେଲିକମ୍ ଅପରେଟର ଏବଂ ଭିତ୍ତିଭୂମି ପ୍ରଦାନକାରୀ ମଧ୍ୟ ଏଥିରୁ ବହୁତ ସାହାଯ୍ୟ ପାଇବାକୁ ଯାଉଛନ୍ତି । ଡଟ୍ ସଚିବ ନୀରଜ ମିତ୍ତଲ ଏନେଇ ସମସ୍ତ ରାଜ୍ୟର ସଚିବଙ୍କୁ ଚିଠି ଲେଖିଛନ୍ତି। ନଭେମ୍ବର ୩୦ ସୁଦ୍ଧା ସମସ୍ତେ ଏହାକୁ ନିଶ୍ଚିତ କରିବାକୁ ଚିଠିରେ ଉଲ୍ଲଖ କରିଛନ୍ତି ଶ୍ରୀ ମିତ୍ତଲ । ଏହା ପରେ, ଜାନୁଆରୀ ୧ ରୁ ରାଇଟ୍ ଅଫ୍ ୱେ ପୋର୍ଟାଲର ନୂତନ ନିୟମ କାର୍ଯ୍ୟକାରୀ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ନୂତନ ନିୟମ ଜାନୁଆରୀ ୨୦୨୫ରୁ କାର୍ଯ୍ୟକାରୀ ହେବା ଉଚିତ୍। ବର୍ତ୍ତମାନର ରାଇଟ୍ ଅଫ୍ ୱେ ନିୟମ ଏଠାରେ ବନ୍ଦ ହେବା ଉଚିତ୍ । ଏହାର ଅର୍ଥ ବର୍ତ୍ତମାନ ନୂତନ ନିୟମ ଲାଗୁ ହେବ। ନୂତନ ନିୟମ ଆସିବା ପରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦିଆଯିବ ଯାହାଦ୍ୱାରା ସେମାନେ ନିଜେ ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ଦେଇପାରିବେ ।

ତେବେ କହିରଖୁଛୁ ଯେ, ସରକାରୀ ଏବଂ ବେସରକାରୀ ସମ୍ପତ୍ତି ଉପରେ ଟାୱାର କିମ୍ବା ଟେଲିକମ୍ ଭିତ୍ତିଭୂମି ସ୍ଥାପନ ପାଇଁ ରାଇଟ୍ ଅଫ୍ ୱେ ନିୟମ ମାନ ନିର୍ଧାରଣ କରେ । ଏହାର ସାହାଯ୍ୟରେ ସରକାର ଟେଲିକମ୍ ଭିତ୍ତିଭୂମି ଆଧୁନିକୀକରଣ ଉପରେ ଧ୍ୟାନ ଦେଇଛନ୍ତି। ସମସ୍ତ ସମ୍ପତ୍ତି ମାଲିକ ଏବଂ ଟେଲିକମ୍ ପ୍ରଦାନକାରୀ ରାଇଟ୍ ଅଫ୍ ୱେ ନିୟମ ଅନୁସରଣ କରନ୍ତି କାରଣ ଏହା ଅଧୀନରେ ଜନସାଧାରଣଙ୍କ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ବହୁ ଗୁରୁତ୍ୱ ଦିଆଯାଏ । ତେବେ ରାଇଟ୍ ଅଫ୍ ୱେ ର ଏହି ନୂତନ ନିୟମ ୫ଜି ଉପରେ ବିଶେଷ ଧ୍ୟାନ ଦେବ । ଦ୍ରୁତ ନେଟୱାର୍କ ପାଇଁ ଏହି ନିୟମ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ ।

Comments are closed.