Latest Odisha News

BREAKING NEWS

ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୧୭୨ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ ୯୦ ଓ କେଏଲ ରାହୁଲ ୬୨ ରନ କରି ଅପରାଜିତ ରହିଛନ୍ତି । ଭାରତ ଓଭରାଲ ୨୧୮ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ଦଳ ୧୦୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶପ୍ରୀତ ବୁମରାହ ସର୍ବାଧିକ ୫ଟି ୱିକେଟ ନେଇଥିଲେ ।

ପ୍ରଥମ ଦିବସରେ ୧୭ ୱିକେଟର ପତନ ଘଟିଥିବା ବେଳେ ଦ୍ୱିତୀୟ ଦିନ ମାତ୍ର ୩ଟି ୱିକେଟ ପଡିଥିଲା । ଗୋଟିଏ ଦିନରେ ପିଚ ଏତେ ପରିବର୍ତନ ହେବା ନେଇ କ୍ରିକେଟ ସମୀକ୍ଷକମାନେ ଆଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ । ୨୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଭାରତୀୟ ଓପନର ୧୦୦ରୁ ଊର୍ଦ୍ଧ୍ୱ ପାର୍ଟନରଶିନ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ୨୦୦୪ରେ ଆକାଶ ଚୋପ୍ରା ଓ ବୀରେନ୍ଦ୍ର ସେହ୍ୱାଗ ୧୨୩ ରନ ଯୋଗ କରିଥିଲେ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩ରୁ୪ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ ।

Leave A Reply

Your email address will not be published.