Latest Odisha News

BREAKING NEWS

ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ଯକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ସୂଚନା ଅନୁଯାୟୀ ତାଙ୍କ ପତ୍ନୀ ନବଜୋତ କୌର ବର୍ତ୍ତମାନ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଯାଇଛନ୍ତି।

ସିଦ୍ଧୁ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସ୍କାନିଂ କରାଯାଇଥିଲା ଯେଉଁଥିରେ ତାଙ୍କର କର୍କଟ ଚିହ୍ନଟ ହୋଇଥିଲା। ତେବେ ସେ ଆହୁରି କହିଛନ୍ତି ଯେ ତାଙ୍କ ପତ୍ନୀ ଖାଦ୍ୟରେ ଦେଶୀ ଆୟୁର୍ବେଦିକ ଖାଦ୍ୟ ସାମିଲ କରି ଏହାକୁ ମାତ୍ ଦେଇପାରିଛନ୍ତି।

କର୍କଟ ଚିକିତ୍ସା ସମୟରେ ଖାଦ୍ୟରେ କଞ୍ଚା ହଳଦୀ, ତୁଳସୀ ପତ୍ର, ନିମ ପତ୍ର ଏବଂ ଆପଲ୍ ସାଇଡର୍ ଭିନେଗାର ଇତ୍ୟାଦି ସାମିଲ କରିଥିଲେ। ଏହା ବ୍ୟତୀତ ସେ ଅଁଳା, ଡାଲଚିନି, ଲବଙ୍ଗ ଏବଂ ଗୁଡ ମଧ୍ୟ ଖାଉଥିଲେ। ଏହା ମଧ୍ୟରେ ସେ ଉପବାସ ମଧ୍ୟ କରୁଥିଲେ ଯାହାକି ସନ୍ଧ୍ୟା ୬ଟାରୁ ତା ପରଦିନ ଦିନ ୧୦ଟା ପର୍ଯ୍ୟନ୍ତ ରହୁଥିଲା। ଏହି ପ୍ରକାର ଜୀବନଶୈଳୀ ଏବଂ ଖାଦ୍ୟକୁ ଅନୁସରଣ କରି ସେ ଆରୋଗ୍ୟ ଲାଭ କରିପାରିଛନ୍ତି।

ତେବେ ଏହି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ସେ ଆରୋଗ୍ୟ ଲାଭ କରିପାରିଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଆସନ୍ତୁ ଜାଣିବା କର୍କଟ ରୋଗର ଚିକିତ୍ସାରେ ଆୟୁର୍ବେଦ କେତେ ଲାଭଦାୟକ?

ଦିଲ୍ଲୀର ଜଣେ ମେଡିସିନର ଡକ୍ଟର କୱଲଜିତ ସିଂ କହିଛନ୍ତି ଯେ କର୍କଟ ରୋଗର ଚିକିତ୍ସାରେ ଆୟୁର୍ବେଦ ଏବଂ ଆଲୋପାଥିର ନିଜସ୍ୱ ଭିନ୍ନ ଭିନ୍ନ ମତ ରହିଛି। କିନ୍ତୁ  ଯଦି ଆପଣ ଏହି ରୋଗରେ ପୀଡିତ ଅଛନ୍ତି ତେବେ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ନ ରହି ଡାକ୍ତରଙ୍କ ସହ ପରାମର୍ଶ ପରେ ନିଜର ସ୍ୱାସ୍ଥ୍ୟ ଅନୁଯାୟୀ ଚିକିତ୍ସା କରନ୍ତୁ।

Comments are closed.