ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୬ ଆସନ ଓ ମହା ବିକାଶ ଅଘାଡିକୁ ୪୮ ଆସନ ମିଳିଛି। ସେ କହିଛନ୍ତି, ଏହି ଫଳାଫଳ ଅସ୍ବାଭାବିକ। ମୁଁ ଭାବୁନାହିଁ ଯେ ମୋ ମହାରାଷ୍ଟ୍ର ଏପରି କରିବ। କିଛି ଭୁଲ୍ ହୋଇଛି। ଆମ ନାମ ଓ ଚିହ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଆମେ ଚିହ୍ନ ସଂପର୍କିତ ନିଷ୍ପତ୍ତିକୁ ଅପେକ୍ଷା କରୁଥିବାବେଳେ ଏହି ଫଳାଫଳ ଆସିଛି ବୋଲି ଉଦ୍ଧବ ଠାକରେ କହିଛନ୍ତି। ଲୋକମାନେ ଆମ ନିର୍ବାଚନୀ ରାଲିକୁ ଆସିଥିଲେ ହେଲେ ମୋଦିଙ୍କ ରାଲି ଖାଲିଥିଲା ।
‘କେଉଁ ଆଧାରରେ ଏଭଳି ଫଳାଫଳ ଆସିଛି, ମୁଁ ଜାଣେ ନାହିଁ । କିନ୍ତୁ ଆମକୁ ଚିନ୍ତା କରିବାକୁ ପଡିବ । କିଛି ଲୋକ ଇଭିଏମର ବିଜୟ କଥା କହୁଛନ୍ତି। ଆମେ ବର୍ତ୍ତମାନ ଅଧିକ କିଛି କହିପାରିବୁ ନାହିଁ, କିନ୍ତୁ ଯଦି ଜନସାଧାରଣ ଏହି ନିଷ୍ପତ୍ତିକୁ ଗ୍ରହଣ କରନ୍ତି, ତେବେ ଆମେ ଏହାକୁ ଗ୍ରହଣ କରିବୁ ବୋଲି ଉଦ୍ଧବ ଠାକରେ କହିଛନ୍ତି।