Latest Odisha News

ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ

ଆଇପିଏଲ ୨୦୨୫ ମେଗା ନିଲାମ ପରେ ସମ୍ପୂର୍ଣ୍ଣ ଟିମ ନୂଆ ରୂପରେ ପ୍ରସ୍ତୁତ ଅଛି । ଫ୍ରାଂଚାଇଜରମାନେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କୌଶଳ ଆପଣାଇଛନ୍ତି । ନିଲାମରେ ୫୭୭ ଖେଳାଳି ସାମିଲ ହୋଇଥିଲେ । ୬୨ ବିଦେଶୀ ସହ ଓଭରାଲ ୧୮୨ ଖେଳାଳି ବିକ୍ରି ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏବେ କେଉଁ ଟିମା କମ୍ବିନେଶନ ଠିକ ରହିଥିବା ଅନୁମାନ କରାଯାଉଛି ।
ମୁମ୍ବାଇ ଇଣ୍ଡିଆନ୍ସ: ମୁମ୍ବାଇ ଇଣ୍ଡିଆନ୍ସ ଟିମ ଭାରତୀୟ ଷ୍ଟାର ଖେଳାଳିଙ୍କ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି । ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହ ଏହାର ଉଦାହରଣ । ମୁମ୍ବାଇ ଅପରିପକ୍ୱ ବିଦେଶୀ ଖେଳାଳି ଚୟନ କରି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଟ୍ରେଂଟ ବୋଲ୍ଟ ଓ ମିଚେଲ ସାଟେଂନର ବ୍ୟତୀତ ଅନ୍ୟ ୬ଜଣ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଓ ଅନଭିଜ୍ଞ ନେଇ ସମୀକ୍ଷକ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ: ଚେନ୍ନାଇ ୧୦ଟି ସିଜନ ପରେ ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରେ ସାମିଲ କରିଛି । ରବୀନ୍ଦ୍ର ଜାଡେଜା, ଅଶ୍ୱୀନ ଓ ନୂର ଅହମ୍ମଦଙ୍କୁ ନେଇ ଦଳର ସ୍ପିନ ବିଭାବ ବେଶ ମଜଭୁତ ରହିଛି । ଏହା ବ୍ୟତୀତ ଦଳ ରାହୁଲ ତ୍ରିପାଠୀ, ବିଜୟ ଶଙ୍କର, କମଳେଶ ନାଗରକୋଟୀ, ଦୀପକ ହୁଡ୍ଡା ଓ ଶ୍ରେୟାଶ ଗୋପାଳଙ୍କ ପରି ଅଲରାଉଣ୍ଡରଙ୍କୁ ମଧ୍ୟ ଦଳରେ ନେଇଛି । ଓଭରାଲ ଚେନ୍ନାଇ ଟିମ ଶୃଙ୍ଖଳିତ ଅନୁଭବ ହେଉଛି ।

ରୟାଲ ଚ୍ୟାଲେର୍ଞ୍ଜସ ବେଙ୍ଗାଲୁର: ପ୍ରଥମ ଥର ପାଇଁ ଆରସିବି ଦଳ ଚୟନ ବେଳେ ଷ୍ଟାର ଖେଳାଳିଙ୍କ ଉପରେ ନିର୍ଭରଶୀଳ ହୋଇନି । ବିରାଟ କୋହଲି ଓ ଫିଲ ସଲ୍ଟ ଓପନିଂ କରିବେ । ଜୋଶ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ପରି ସିନିୟର ପେସର ମଧ୍ୟ ଦଳରେ ରହିଛନ୍ତି । ଦଳରେ ଲିୟାମ ଲିଭିଂଷ୍ଟୋନ, କୃଣାଳ ପାଣ୍ଡ୍ୟା ଓ ସ୍ୱପ୍ନିଳ ସିଂଙ୍କ ପରି ଯୁବ ଅଲରାଉଣ୍ଡଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।

ସନରାଇଜର୍ସ ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଦଳରେ ଟ୍ରେଭିସ ହେଡ, ଅଭିଷେକ ଶର୍ମା, ହେନେରିକ କ୍ଲାସେନ ଓ ଈଶାନ କିଶାନଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ରଖିଛି । ମହମ୍ମଦ ସାମୀ ଓ ପ୍ୟାଟ କମିନ୍ସଙ୍କୁ ପେସ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଡାମ ଜାମ୍ପା, ରାହୁଲ ଚହର ସ୍ପିନ ବିଭାଗ ଦାୟିତ୍ୱ ତୁଲାଇବେ ।
କୋଲକାତା ନାଇଟ ରାଇଡର୍ସ: ଗତ ଥର ଟାଇଟଲ ଜିତିଥିବା କେକେଆର ୬ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ଭେଙ୍କେଟେଶ ଆୟାରଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଦଳରେ ସାମିଲ କରିଛି । ସେ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇ ପାରନ୍ତି । କ୍ୱିଂଟନ ଡିକକ ଓ ଏନରିକ ନୋର୍ଟେସ୍ପେନସରଙ୍କ ପରି ଖେଳାଳିଙ୍କୁ ଶସ୍ତାରେ ହାସଲ କରିଛି । ଦଳ ନିକଟରେ ଶକ୍ତିଶାଳୀ ଅଲରାଉଣ୍ଡର ଲାଇନଅପ ମଧ୍ୟ ରହିଛି ।

ପଞ୍ଜାବ କିଙ୍ଗସ: ପଞ୍ଜାବ କିଙ୍ଗସ ୨୬.୭୫ କୋଟିରେ ଶ୍ରେୟାଶ ଆୟାରଙ୍କୁ ନେଇଛି । ଯେତେଦୂର ସମ୍ଭବ ସେ ଦଳର ନେତୃତ୍ୱ ନେବେ । ୟୁଜଭେନ୍ଦ୍ର ଚହଲଙ୍କ ଉପସ୍ଥିତି ଦଳର ସ୍ପିନ ବିଭାଗକୁ ମଜଭୁତ କରିପାରିବ । ଦଳରେ ଅନେକ ପ୍ରତିଭାବାନ ଯୁବ ଖେଳାଳି ରହିଛନ୍ତି ।

ଲକ୍ଷ୍ନୌ ସୁପର ଜ୍ୟାଂଟସ: ଟି୨୦ ସ୍ପେଶାଲିଷ୍ଟ ରିଷଭ ପନ୍ତଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଦଳରେ ନେଇ ଲକ୍ଷ୍ନୌ ସୁପର ଜ୍ୟାଂଟସ ବଡ ବାଜି ଲଗାଇଛି । ମୟଙ୍କ ଯାଦବ ଦଳର ପେସ ଦାୟିତ୍ୱ ତୁଲାଇବେ । ଆଡେନ ମାର୍କରାମ ଓ ଡେଭିଡ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ପୂନର୍ବାର ଦର୍ଶକ ଦେଖିବେ ।

ଦିଲ୍ଲୀ କ୍ୟାପିଟାଲ୍ସ: ଅକ୍ଷର ପଟେଲ ଓ କେଲ ରାହୁଲଙ୍କ ମଧ୍ୟରେ ଦିଲ୍ଲୀର ନେତୃତ୍ୱ କିଏ ନେବ ତାହା ସ୍ପଷ୍ଟ ହୋଇନି । ଦଳର ବୋଲିଂ ବିଭାଗ ଗତ ସଂସ୍କରଣରେ ନିରାଶ କରିଥିଲା । ମିଚେଲ ଷ୍ଟାର୍କ, କୂଲଦୀପ ଯାଦବ ଓ ଟି ନଟରାଜନଙ୍କୁ ନେଇ ଦଳ ଏବେ ମଜଭୁତ ରହିଛି ।

ଗୁଜରାଟ ଟାଇଟାନ୍ସ: ଗୁଜରାଟ ଟାଇଟାନ୍ସ ଜୋସ ବଟଲର, ମହମ୍ମଦ ସିରାଜ ଓ କାଗିସୋ ରାବାଡାଙ୍କ ପରି ଖେଳାଳିଙ୍କୁ ଦଳରେ ନେଇ ବୁଦ୍ଧିମାନର କାମ କରିଛି । ଶୁଭମନ ଗିଲ, ରଶିଦ ଖାଁ ଓ ଗ୍ଲେନ ପିଲିପ୍ସ ଦଳକୁ ଆହୁରି ମଜଭୁତ ପ୍ରଦାନ କରୁଛି ।
ରାଜସ୍ଥାନ ରୟାଲ୍ସ: ରାଜସ୍ଥାନ ଏଥର ଜୋଫ୍ରା ଆର୍ଚ୍ଚର, ୱାନିନ୍ଦୁ ହସରଙ୍ଗା ଓ ମହେଶ ତୀକ୍ଷଣାଙ୍କ କ୍ୱାଲିଟି ବୋଲରଙ୍କୁ ଦଳରେ ନେଇଛି । ସଞ୍ଜୁ ସାମସନ, ଧ୍ରୁବ ଜୁରେଲ ଓ ଯଶସ୍ୱୀ ଜୈସୱାଲଙ୍କୁ ନେଇ ଦଳର ବ୍ୟାଟିଂ ଲାଇନଅପ ମଧ୍ୟ ମଜୁଭତ ରହିଛି ।

Leave A Reply

Your email address will not be published.