Latest Odisha News

ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଲଗାତାର କିଛି ବର୍ଷ ହେବ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି । ଫଳରେ କୁମ୍ଭୀର ଆକ୍ରମଣରେ ଅନେକ ଜୀବନ ହାନି ହୋଇଥିବା ଖବର ସାମ୍ନାକୁ ଆସୁଛି । ଏନେଇ ଆଜି ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ, କେବଳ କେନ୍ଦ୍ରାପଡା ଜିଲ୍ଲାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି ।

୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ୨୨ ଜଣ ପ୍ରାଣ ହରାଇଛନ୍ତି । ବର୍ଷା ଋତୁରେ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବଢିଥାଏ ବୋଲି ମନ୍ତ୍ରୀ ପ୍ରଶ୍ନୋତ୍ତରରେ କହିଛନ୍ତି ।

 

Leave A Reply

Your email address will not be published.